Latest Odisha News

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଫେବ୍ରୁଆରୀ ମାସରେ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା ବିମାନକୁ ଋଷିୟ ସେନା ମିସାଇଲ୍ ମାଡ କରି ଧ୍ୱଂସ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ଧ୍ୱସ୍ତ ବିମାନର ଭିଡିଓ ।

ଋଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବଳିପଡିଛି ଏହି ବିରାଟକାୟ ବିମାନ । ଦିନେ ହୋଷ୍ଟୋମଲ୍ ବିମାନ ବନ୍ଦର ଋଷିଆ କବ୍‌ଜାରେ ଥିଲା । ହେଲେ ମାର୍ଚ୍ଚ ୩୧ ତାରିଖରେ ଋଷିୟ ସେନା ଏଠାରୁ ଚାଲିଯିବା ପରେ ବିମାନ ଭିଡିଓ ସାମ୍ନାକୁ ଆସିପାରିଛି । ଯୁଦ୍ଧ ସମୟରେ କିଭ ସହର ସ୍ଥିତ ଆଣ୍ଟୋନୋଭ ଏୟାରଲାଇନ୍ସ ହେଡକ୍ୱାର୍ଟରେ ଏହି ବିରାଟକାୟ ବିମାନକୁ ରଖାଯାଇଥିଲା । ଫେବ୍ରୁଆରୀ ମାସରେ ଏହି ବିମାନକୁ ଋଷିୟ ସେନା ମିସାଇଲ୍ ମାଡ କରି ଧ୍ୱଂସ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ସଦ୍ୟ ସ୍ଥିତିରେ ଏହି ବିମାନ ବନ୍ଦରରେ ଋଷିୟ ସେନା ନଥିଲେ ହେଁ ୟୁକ୍ରେନ ସେନା ବି ନିଜ ଅଧିକାର ସାବ୍ୟସ୍ତ କରିନି । ଭିଡିଓରେ ବିମାନର ଧ୍ୱଂସ ଚିତ୍ର ସ୍ପଷ୍ଟ ଦେଖାଯାଇପାରେ । ଖାସ କରି ଇଂଜିନ, ବ୍ଲେଡ୍‌, ଲାଣ୍ଡିଂ ଗିଅର୍ ଓ ବୁଲେଟ୍ ଟେଲ୍ ଧ୍ୱଂସ ପାଇଛି । ଆକଳନ ଅନୁଯାୟୀ ଏହି ବିମାନକୁ ପୁନଃ ପ୍ରସ୍ତୁତ କରିବା ଲାଗି ୩ ବିଲିଅନ୍ ୟୁଏସ୍ ଡଲାର୍ ଓ ୫ ବର୍ଷ ସମୟ ଲାଗିପାରେ ।

Leave A Reply

Your email address will not be published.