ରାଞ୍ଚି:ଆଜି ମହିଳା ହକିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜୟପାଲ ସିଂ ଷ୍ଟାଡିୟମରେ ଖେଳାଯିବ । ଦୁଇ ସପ୍ତାହ ଧରି ଏହି ମହିଳା ହକି ଲିଗ୍ ୧୨ ଜାନୁଆରୀରୁ ୨୬ ଜାନୁଆରୀ ଯାଏଁ ଆୟୋଜନ ହେବ । ଇତିହାସରେ ପ୍ରଥମ ହକି ଇଣ୍ଡିଆ ଲିଗ୍ ଖେଳାଯିବ ଗୋଟିଏ ପଟେ ପୁରଷ ହକି ଲିଗ୍ ଚାଲିଥିବାବେଳେ ଅନ୍ୟପଟେ ମହିଳା ହକି ଲିଗ୍ ମଧ୍ୟ ଖେଳାଯିବ । ପ୍ରଥମ ମହିଳା ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚ୍ ରେ ଆଜି ଓଡିଶା ଓ୍ବାରିୟର୍ସକୁ ଭେଟିବ ଦିଲ୍ଲୀ ଏସଜି ପାଇପର୍ସ ମୁହାଁମୁହିଁ ହେବେ ।
ଏହି ଲିଗ୍ ରେ ୪ଟି ଦଳ ଅଂଶ ଗ୍ରହଣ କରିବେ । ୨୬ରେ ଲିଗ୍ର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ରାଉରକେଲାରେ ଖେଳାଯିବ ୨ଟି ମ୍ୟାଚ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆସନ୍ତା ୧୭ ତାରିଖ ଶୁକ୍ରବାର ଦିଲ୍ଲୀ ପାଇପର୍ସ ଓ ସରୁମା ହକି କ୍ଲବ ଏବଂ ୧୯ ତାରିଖ ରବିବାର ଓଡିଶା ଓ୍ବାରିୟର୍ସ ଓ ବେଙ୍ଗଲ ଟାଇଗର୍ସ ମୁକାବିଲା କରିବେ । ବାକି ୧୧ଟି ମ୍ୟାଚ ରାଞ୍ଚିରେ ଖେଳାଯିବ ।
ଦଳ ଗୁଡିକ ହେଲା ଓଡିଶା ଓ୍ବାରିୟର୍ସ, ଦିଲ୍ଲୀ ଏସଜି ପାଇପର୍ସ, ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ । ଆଜିର ଉଦଘାଟନୀ ମ୍ୟାଚ ରାତି ୮.୪୦ରେ ଆରମ୍ଭ ହେବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ ନେଟଓ୍ବର୍କରେ ଦେଖି ପାରିବେ ।
ଓଡିଶା ଓ୍ବାରିୟର୍ସ ଅଧିନାୟିକା ନେହା ଗୋଏଲ କହିଛନ୍ତି ଯେ, ଲିଗ ପାଇଁ ଆମେ ପ୍ରସ୍ତୁତ । ପ୍ରଥମ ମ୍ୟାଚ ଜିତି ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ।