Latest Odisha News

BREAKING NEWS

ପକ୍ଷୀ ସହ ପିଟି ହେବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ

ଭୁବନେଶ୍ୱର: ମଝି ଆକାଶରେ ପକ୍ଷୀ ସହ ପିଟି ହେବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଏୟାର ଏସିଆ ବିମାନ। ସଂଧ୍ୟା ୭ଟାରେ ବେଙ୍ଗାଲୁରୁ ଅଭିମୁଖେ ଏୟାର ଏସିଆର ଆଇ୫-୧୫୬୩ ବିମାନ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟରେ ପକ୍ଷୀଟି ସହ ବିମାନଟି ପିଟି ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ବିମାନରେ ଯାତ୍ରୀ ଭାବେ ଯାଉଥିଲେ କ୍ୟାପଟେନ ମିରାଜ ୟୁଶୁଫ । ସେ ବିମାନର ଓ୍ୱାନଏଫ ସିଟରେ ବସିଥିଲେ। ବିମାନଟି ଭୁବନେଶ୍ୱରରୁ ଉଡାଣ ଭରିବା ପରେ ଦେଖିବାକୁ ପାଇଥିଲେ ଯେ ଗୋଟିଏ ପକ୍ଷୀଟି ଆସି ବିିମାନରେ ପିଟି ହୋଇଥିଲା। ଏହାପରେ ସେ ବିମାନର କ୍ରିଉ ସଦସ୍ୟଙ୍କୁ ଅବଗତ କରାଇଥିଲେ। ହେଲେ ବିମାନଟିକୁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିବାକୁ ସମୟ ଲାଗିବାରୁ ମଝି ଆକାଶରେ ୨୫ ମିନିଟ୍ ଘୁରି ବୁଲିଥିଲା ୧୭୩ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁ ଅଭିମୁଖେ ଭୁବନେଶ୍ୱରରୁ ଉଡାଣ ଭରିଥିବା ଏହି ଯାତ୍ରୀବାହୀ ବିମାନ।

ଅବତରଣ କରିବା ପରେ ବିମାନକୁ ବିମାନବନ୍ଦରର ଗ୍ରାଉଣ୍ଡ ଓ ଟେକ୍ନିକାଲ ଷ୍ଟାଫ୍ ଯାଞ୍ଚ କରିଥିଲେ। ସେମାନେ ଇଞ୍ଜିନର ୪ଟି ଫ୍ୟାନ୍ ବ୍ଲେଡ୍ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏହାଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ବିମାନରେ ୧୭୩ ଜଣ ଯାତ୍ରୀ ଥିବା ବେଳେ ପାଇଲଟ ଥିଲେ କ୍ୟାପଟେନ ଏମ. ଦୀପକ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନ ସହ ପକ୍ଷୀ ପିଟି ହେବା ଯୋଗୁଁ ପୁଣେ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନର ଜରୁରୀ ଅବତରଣ କରିଥିଲା। ସମ୍ପୂର୍ଣ୍ଣ ଯାଞ୍ଚ ପରେ ଟେକ୍ନିକାଲ ଷ୍ଟାଫ୍ ବିମାନର କୌଣସି ବଡ଼ ଧରଣର କ୍ଷତି ହୋଇଥିବା ଜାଣିପାରିନଥିଲେ। ବୈଷୟିକ କର୍ମଚାରୀଙ୍କ କ୍ଲିୟରାନ୍ସ ପରେ ପ୍ରାୟ ୨ ଘଣ୍ଟା ପରେ ବିମାନଟି ଉଡ଼ାଣ ଭରିଥିଲା।

Leave A Reply

Your email address will not be published.