Latest Odisha News

BREAKING NEWS

Bear Killing Case:ଭାଲୁ ମୃତ୍ୟୁ ମାମଲାରେ ୩ଟି ଗାଁର ୫ ଗିରଫ, ଆଉ ଗିରଫଦାରୀ ହୋଇପାରେ…

ମାଲକାନଗିରି:ମାଥିଲି ଭାଲୁ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଗିରଫ କଲା ବନ ବିଭାଗ । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳୟରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ମାଲକାନଗିରି ଡିଏଫଓ କହିଛନ୍ତି ।

ସୂଚନା ଅନୁସାରେ, କିଛି ଦିନ ତଳେ ମାଥିଲି ବନାଞ୍ଚଳରେ ଏକ ଭାଲୁର ମୃତଦେହ ଠାବ ହୋଇଥିଲା । ଘଟଣା ପ୍ରକାଶ ପାଇବା ପରେ ବନ ବିଭାଗ ଓ ବନ୍ୟଜନ୍ତୁ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଭାଲୁଟିର ମୃତ୍ୟୁର କାରଣ ନେଇ ସନ୍ଦେହ ଦେଖାଦେଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ବୟାନ, ପ୍ରମାଣ ସଂଗ୍ରହ ଓ ବିଭିନ୍ନ ତଥ୍ୟ ଆଧାରରେ କିଛି ଗ୍ରାମବାସୀଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା ।

ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଲଗାତାର ଚଢ଼ାଉ ଏବଂ ପଚରାଉଚରା କରିବା ପରେ ୩ଟି ଗାଁର ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଭାଲୁକୁ ଆକ୍ରମଣ କରିବା ସହ ତାହାର ମୃତ୍ୟୁ ଘଟାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ବ୍ୟବହୃତ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ବନ ବିଭାଗର ତଦନ୍ତ ଜାରି ଥିବାରୁ ଆଗାମୀ ଦିନରେ ଆଉ କିଛି ଗିରଫଦାରୀ ହୋଇପାରେ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.