Latest Odisha News

BREAKING NEWS

୪୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ ଓ ୩୫ ଆହତ

ମହାରାଷ୍ଟ୍ର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୫ ଜଣ । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ଓ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

BjdElectrycity

ବସଟି ମଲକାପୁରରୁ ସୁରତ ଅଭିମୁଖେ ଯାଉଥିଲା । ବସରେ ଥିଲେ ୪୦ରୁ ଅଧିକ ଯାତ୍ରୀ । ବିସାରବାଡ଼ି ନିକଟରେ କୋଦଇବାରି ନିକଟରେ ବସଟି ଭାରସାମ୍ୟ ହରାଇ ୪୦ ଫୁଠ୍ ଘାଇ ଭିତରେ ଖସି ପଡ଼ିଥିଲା । ଚୁରମାର ହୋଇଯାଇଛି ବସ୍ ।

ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତ ଲୋକଙ୍କୁ ସୁରକ୍ଷିତ ଭାବରେ ବସ୍ ଭିତରୁ ବାହାର କରିଥିଲେ । ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.