Latest Odisha News

BREAKING NEWS

ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ

ମାଲକାନଗିରି: ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ ।

ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀମାନେ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ଉଚିତ୍ ତଦନ୍ତ ନକରି ରାତି ଦୁଇଟା ସମୟରେ ଆତଙ୍କବାଦୀଙ୍କୁ ଗିରଫ କରିବା ଭଳି ପାଞ୍ଚ ଜଣ ସାମ୍ବାଦିକଙ୍କୁ ଘରେ ପଶି ଉଠାଇଆଣି କୋର୍ଟକୁ ଫରୱାର୍ଡ଼ କରିଥିଲା ।

ପାଞ୍ଚ ଜଣ ସାମ୍ବାଦିକ ହେଲେ ଟିଭି ଚ୍ୟାନେଲ ଓ ଦୈନିକ ଖବର କାଗଜର ବିକ୍ରମ କେଶରୀ ସ୍ୱାଇଁ, ରାହୁଲ କୁମାର ଗୋଲୋରି, ଚନ୍ଦ୍ରକାନ୍ତ ପଣ୍ଡା, ଅବିନାଶ ବେହେରା, ପ୍ରଦୀପ କୁମାର ମହାରଣା । ଏହିଭଳି ଏକ ଘଟଣାକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଆଜି କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.