Latest Odisha News

BREAKING NEWS

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଓ ଜେଜେବାପା ସମ୍ମିଳନୀ

ଗୁଣୁପୁର: ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମଶ୍ରୀ ପାଇଥିବା ଗୁଣୁପୁରର ସାମାଜିକ କର୍ମୀ ପଦ୍ମଶ୍ରୀ ଶାନ୍ତି ଦେବୀ ଯୋଗଦେଇଥିଲେ । ଶାନ୍ତି ଦେବୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଘୋଷ ବାଦ୍ୟ ଦ୍ୱାରା ସ୍ୱାଗତ କରିଥିଲେ ।

 

ଆୟୋଜିତ ସମାବେଶରେ ମୁଖ୍ୟ ଅତିଥିଭାବେ ଶାନ୍ତି ଦେବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଜେଜେମା ଏବଂ ଜେଜେବାପାଙ୍କ ଭଳି ଦେଶପ୍ରେମୀ, ଆଧ୍ୟାତ୍ମିକବାଦୀ ଏବଂ ମୋଦିଜୀଙ୍କ ଭଳି ଆଦର୍ଶ ବ୍ୟକ୍ତିତ୍ୱ ହେବା ଜରୁରୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁମନ୍ଦିରର ସଭାପତି ବି ଗଜପତି ରାଓ, ସମ୍ପାଦକ ସୋମନାଥ ଗୌଡ଼, ପ୍ରଧାନଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥି ଯୋଗଦେଇ ଉତ୍ତମ ଚରିତ୍ର ଗଠନ ଉପରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ବିଦ୍ୟାଳୟ ତରଫରୁ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଓଡ଼ିଶା ସମ୍ବାଦର ପ୍ରମୋଦ କୁମାର ସାହୁ, ପ୍ରଦୀପ ପାଢ଼ୀ, ପ୍ରଭାତ ମହାପାତ୍ର, ସଂଯୁକ୍ତା ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.