Latest Odisha News

BREAKING NEWS

ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଠାବ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ରଣକୋଠା ରିଜର୍ଭ ଜଙ୍ଗଲରେ ପାଞ୍ଚଟି ଓରାଙ୍ଗଉଟାନ୍ ନଜର ଆସିଛନ୍ତି।

ସୂଚନା ଅନୁଯାୟୀ ଉଦୟପୁର ବନ ବିଭାଗର ଏକ ଟିମ୍ ବଡପାହି ନିକଟରେ ଏହି ଓରାଙ୍ଗଉଟାନ୍ ମାନଙ୍କୁ ପାଇଥିଲେ।ମଙ୍ଗଳବାର ସକାଳେ ବନ ବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ସେମାନେ ପାଞ୍ଚ ଜଣ ଓରାଙ୍ଗଉଟାନଙ୍କୁ ଦେଖିଥିଲେ। ଅଧିକାରୀମାନେ ତୁରନ୍ତ ସୂଚନା ଜଣାଇବା ପରେ ସେମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା।

ପରେ ଓରାଙ୍ଗଉଟାନ୍ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା। ଗ୍ରାମାଞ୍ଚଳର ଜଙ୍ଗଲରେ ଏଭଳି ବିରଳ ଜୀବ ଆସିଲା କେଉଁଠୁ ତାକୁ ନେଇ ପ୍ରଶ୍ନ ଉଠିଛି। ଓରାଙ୍ଗଉଟାନ ସାଧାରଣତଃ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳିନଥାଏ।

ଏନେଇ ପିସିସିଏଫ୍ କହିଛନ୍ତି ଯେ ରଣକୋଠାରେ ପାଞ୍ଚଟି ଓରାଙ୍ଗଉଟାନ୍ ନଜର ଆସିଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ସେମାନଙ୍କର ଉତ୍ପତ୍ତି ଏବଂ ସେମାନେ ବାଲେଶ୍ଵରରେ କିପରି ପହଞ୍ଚିଛନ୍ତି ତାହା ଜାଣିବା ପାଇଁ ଏକ ଅନୁସନ୍ଧାନ କରାଯିବ। ତେବେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖିବା ପାଇଁ ବନ ବିଭାଗ ମଧ୍ୟ ବ୍ୟବସ୍ଥା କରୁଛି।

 

Leave A Reply

Your email address will not be published.