Latest Odisha News

BREAKING NEWS

ବୁଧବାର ଭାରତରେ ପହଞ୍ଚିବ ରାଫେଲ ଜେଟ୍‌

ନୂଆଦିଲ୍ଲୀ: ବୁଧବାର ଫ୍ରାନ୍ସରୁ ଭାରତରେ ପହଂଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍ । ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲାରେ ଓହ୍ଲାଇବ । ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ଯୁଦ୍ଧ ବିମାନ ଉଡାଣ ଭରିଛନ୍ତି । ଏଥିରେ ୩ଟି ଡବଲ ସିଟର ଓ ୨ଟି ସିଙ୍ଗିଲ ସିଟର ବିମାନ ରହିଛି ।

ସୂଚନା ମୁତାବକ ଭାରତ ଆସୁଥିବା ଯୁଦ୍ଧ ବିମାନକୁ ଲଦାଖ ସୀମାରେ ହିଁ ମୁତୟନ କରାଯିବ । ଭାରତ-ଚୀନ୍ ସୀମାରେ ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଭାରତ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏହି ରାଫେଲ ଯୁଦ୍ଧ ବିମାନ ଦ୍ୱାରା ବାୟୁସେନାର ଯୁଦ୍ଧ କ୍ଷମତା ଆହୁରି ବଢ଼ିପାରିବ ବୋଲି ଆଶା କରାଯାଉଛି ।

ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏହି ବିମାନ କାର୍ଯ୍ୟକାରୀ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି। ଏହି ରାଫେଲ ଯୁଦ୍ଧ ବିମାନଟି ‘ଗେମ୍ ଚେଞ୍ଜର’ ହୋଇପାରେ ବୋଲି ସୂଚନା ଦେଇଛି ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ।

Leave A Reply

Your email address will not be published.