Latest Odisha News

BREAKING NEWS

ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜରେ ବିଶାଳ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ପୁଣେ: ଗର୍ବ ଏବଂ ସମ୍ମାନ ସହିତ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଏହାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ପ୍ରଚେଷ୍ଠା ଜାରି ରଖି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫଏଫଓଆଇ) ପୁନେ ସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜ (ଏଏଫଏମସି) ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରିଛି । ଏଏଫଏମସିର ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏହି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭରେ ତିରଙ୍ଗା ଉତ୍ତୋଳନ କରି ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

ମେ ୧, ୧୯୪୮ ରେ ପ୍ରତିଷ୍ଠିତ ଏଏଫଏମସି ହେଉଛି ଏକ ପ୍ରସିଦ୍ଧ ମେଡିକାଲ୍ ପ୍ରତିଷ୍ଠାନ ଯାହାକି ମେଡିକାଲ୍ ଏବଂ ନର୍ସିଂ ଛାତ୍ରମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ଏବଂ ତାଲିମ ପ୍ରଦାନ କରିଥାଏ ।  ଉଭୟ ଶାନ୍ତି ଏବଂ ଯୁଦ୍ଧ ସମୟ ପାଇଁ ସର୍ବୋତ୍ତମ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ସୃଷ୍ଟି କରିବା ନିମନ୍ତେ ଏହି ଅନୁଷ୍ଠାନ ଜଣାଶୁଣା ।

ଆଜି ଏଠାରେ ଥିବା ବିଶାଳ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଏଏଫଏମସି ଡିଜି ଲେଫ୍ଟନାଣ୍ଟ ଜେନେରାଲ ଦଲଜିତ୍ ସିଂ, ଲେଫ୍ଟନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡିପି ଭାଟ୍, ରାଜ୍ୟସଭା ସାଂସଦ ଲେଫ୍ଟନାଣ୍ଟ ଜେନେରାଲ ନରେନ୍ଦ୍ର କୋଟୱାଲଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀ ଯୋଗ ଦେଇଥିଲେ ।

ଶ୍ରୀ ଜିନ୍ଦଲ ତାଙ୍କ ଅଭିଭାଷଣରେ ଏଏଫଏମସିର  ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇବା ସହ ଦେଶର ସେବାରେ ଏଏଫଏମସିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ ।  ସେ କହିଥିଲେ ଯେ,  “ଜାତୀୟ ପତାକା ଦେଶର ନାଗରିକଙ୍କ ମଧ୍ୟରେ ଏକତା ଏବଂ ସମାନତାର ପ୍ରତୀକ। ଏହାର ମହତ୍ତ୍ୱକୁ ପ୍ରସାର କରିବା ଏବଂ ଦେଶର ଲୋକମାନଙ୍କ ମଧ୍ୟରେ ଏହା ପ୍ରତି ସମ୍ମାନ ସୃଷ୍ଟି କରିବା ପାଇଁ ଏଫଏଫଓଆଇ ପ୍ରତିଶ୍ରୁତିବଦ୍ଧ” ।

ଦେଶଭକ୍ତି ଉଦ୍ଦେଶ୍ୟରେ ଏଫଏଫଓଆଇ ଦ୍ବାରା ଚାଲୁଥିବା ତିରଙ୍ଗା ପାଇଁ ଶପଥ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜିନ୍ଦଲ କହିଥିଲେ ଯେ, “ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏଫଏଫଓଆଇର ୱେବସାଇଟ୍ ପରିଦର୍ଶନ କରନ୍ତୁ ଏବଂ ଏହି ଶପଥ ନେବା ସହ ଏହି ଅଭିଯାନକୁ ବିସ୍ତାର କରନ୍ତୁ” । ଏହି ଶପଥ ହେଉଛି “ମୁଁ ଏକ ଶପଥ ନେଉଛି ଯେ ମୁଁ ନିଜକୁ ଦେଶ ପାଇଁ ଉତ୍ସର୍ଗ କରିବି ଏବଂ ମୋ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବି।”

“ଯେତେବେଳେ ଆମେ ପତାକା ତଳେ ଛିଡା ହେବା, ଏହି ରାଷ୍ଟ୍ରକୁ ମହାନ କରିବା ପାଇଁ ନାଗରିକ ଭାବରେ ଆମର ଦାଇତ୍ଵ ସମ୍ପର୍କରେ ସଚେତନ ହେବ ଆବଶ୍ୟକ। ତିରଙ୍ଗା ଆମକୁ ମଧ୍ୟ ମନେ ପକାଇ ଦେଇଥାଏ ଯେ, ଦେଶ ତଥା ପତାକା ଠାରୁ ଅନ୍ୟ କିଛି ଅଧିକ ମହତ୍ତ୍ୱପୂର୍ଣ୍ଣ ନୁହେଁ, ବୋଲି ଶ୍ରୀ ନବୀନ ଜିନ୍ଦଲ କହିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟସଭା ସାଂସଦ ତଥା ଏଏଫଏମସିର ପୂର୍ବତନ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡିପି ଭାଟ୍ ସମଗ୍ର ଦେଶରେ ବିଶାଳ ଜାତୀୟ ପତାକା ସ୍ଥାପନ ନିମନ୍ତେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଏଫଏଫଓଆଇକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, “ମୁଁ ଚାହୁଁଛି ଯେ ସ୍କୁଲ ସିଲାବସରେ ଜାତୀୟ ପତାକା ବିଷୟରେ ଏକ ଅଧ୍ୟାୟ ରହିବା ଉଚିତ ଯାହା ଦ୍ବାରା ଆଗାମୀ ପିଢି ଭାରତୀୟ ଜାତୀୟ ପତାକାର ମହତ୍ତ୍ଵ ବିଷୟରେ ଜାଣିପାରିବେ।

Leave A Reply

Your email address will not be published.