ବାଲିପାଟଣା: ଲଗାଣ ବର୍ଷା ପରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଅନେକ ଗ୍ରାମବାସୀ ଏବେ ପାଣିଘେରରେ । ପ୍ରାୟ ୭ ଦିନ ହେବ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଗ୍ରାମ ଜଳମଗ୍ନ ହେବା ଫଳରେ ଗମନା ଗମନର କୌଣସି ବିକଳ୍ପ ନାହିଁ । ପାଣି ଜମି ରହିବା ଯୋଗୁ ଥଣ୍ଡା ଜ୍ବର ଭଳି ରୋଗରେ ମଧ୍ୟ ଗ୍ରାମବାସୀ ଆକ୍ରାନ୍ତ ହେଉଛନ୍ତି । ହେଲେ ସେମାନଙ୍କ ପାଖରେ ନ ସ୍ଵାସ୍ଥ୍ୟ ସେବା ପହଞ୍ଚିଛି ନ ଖାଦ୍ୟ ପଦାର୍ଥ । ଏହାସହ କେତେବେଳେ ଘରେ ସାପ ପଶିଯାଇଛନ୍ତି ତ କେତେବେଳେ ଅନ୍ୟ ଯିବ ଜନ୍ତୁ । ଏମିତି ଅନେକ ସମସ୍ୟା ଘେରରେ ବୁଡି ରହି ସରକାର ଙ୍କୁ ତୁରନ୍ତ ସହାୟତା ପାଇଁ ଅନୁରୋଧ କରିଛନ୍ତି ବାଲିପାଟଣା ବ୍ଲକ ଅନ୍ତର୍ଗତ ଗରିଆ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ।
ଗତ ସପ୍ତାହେ ହେଲା ପାଣିଭିତରେ ଥିବାରୁ ଲୋକେ ନାହିଁନଥିବା ଅସୁବିଧାରେ ରହିଛନ୍ତି । ଲୋକମାନଙ୍କୁ ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି । ଲୋକମାନେ ଜ୍ବରରେ ପଡିଥିବାବେଳେ ଔଷଧ କିଛି ମିଳିନଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ରିଲିଫ ସାମଗ୍ରୀ ଭାବେ ଚୁଡା 250 ଗ୍ରାମ ଏବଂ ଗୁଡ 50 ଗ୍ରାମ ମୁଣ୍ଡ ପିଛା ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି । ବ୍ଲକ୍ ଠାରୁ 7 କିମି ଦୂରରେ ଥିଲେ ମଧ୍ୟ କୈାଣସି ସହାୟତା ମିଳିନଥିବା କହିଛନ୍ତି ଗ୍ରାମବାସୀ ।
ଚାଷ ଜମିରେ ପାଣିମାଡିଯାଇଥିବାରୁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନଙ୍କର ଚାଷ ନଷ୍ଟ ହୋଇଛି । ଅଧିକାଂଶ ଲୋକଙ୍କର ସ୍ଥାୟୀ ଘର ନଥିବାରୁ କଷ୍ଟରେ ଚଳୁଥିବା କହିଛନ୍ତି ଗ୍ରାମବାସୀ । ବୋଟ ନଥିବାରୁ ଘରୁ ଲୋକ ସୁରକ୍ଷିତ ସ୍ଥାନକୁ ଯାଇପାରୁନାହାଁନ୍ତି । ଘରେ ପାଣି ପସିଥିବାରୁ ରୋଷେଇ କରିବା ମଧ୍ୟ କଷ୍ଟକର ହୋଇଛି । ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସହଯୋଗ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଚାରିଆଡେ ପାଣିଥିବାରୁ କାମଧନ୍ଦା ମଧ୍ୟ ନାହିଁ । ପାଖରେ ପଇସା ନଥିବାରୁ ପନିପରିବା କିଣିବାକୁ ମଧ୍ୟ ଯାଇପାରନଥିବା କହିଛନ୍ତି ଗ୍ରାମବାସୀ ।
ତେବେ ସରପଞ୍ଚ କହିଛନ୍ତି ସମସ୍ତଙ୍କୁ ସବୁଦିନ ଖାଇବା ପାଇଁ ଦିଆଯାଉଛି । ବୋଟରେ ରନ୍ଧା ଖାଦ୍ୟ ପ୍ରତି ଓ୍ବାଡରେ ବଂଟା ଯାଉଛି । ଆବଶ୍ୟକ ହେଲେ ଅନ୍ୟାନ୍ୟ ସମସ୍ତ ସୁବିଧା ପହଁଚାଯିବ ।
Comments are closed.