Latest Odisha News

BREAKING NEWS

ସତର୍କ ସଂକେତ ଉପରେ ବଂଶଧାରା , ପୁଣି ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ

ରାୟଗଡ଼ା: ଲଘୁଚାପ ଫଳରେ ଗତ କାଲି ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ରହିଛି । ସନ୍ଧ୍ୟା 5 ଟା ସୁଦ୍ଧା ବଂଶଧାରା ଜଳସ୍ତର 83.45 ମିଟର ରହିଛି । ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର , ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି ।

ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ମୁନିଗୁଡା ବ୍ଲକରେ ସର୍ବାଧିକ 95 ମିଲିମିଟର ବର୍ଷା ରେକଡ କରାଯାଇ ଥିବା ବେଳେ କାଶୀପୁରରେ ବ୍ଲକରେ 39 , ଗୁଣୁପୁରରେ 20 ମିଲି ମିଟର , ରାୟଗଡା ବ୍ଲକରେ 37.8 , କୋଲନରା ବ୍ଲକରେ 24.3 , କଲ୍ୟାଣସିଙ୍ଗପୁର ବ୍ଲକରେ 56.2 , ପଦ୍ମପୁର ବ୍ଲକରେ 16 , ଗୁଡାରି ବ୍ଲକରେ 16.6 , ରମନାଗୁଡା ବ୍ଲକରେ 10.2 , ବିଷମକଟକ ବ୍ଲକରେ 81.6 , ଏବଂ ଚନ୍ଦ୍ରପୁର ବ୍ଲକରେ 30.7 ମିଲିମିଟର ବର୍ଷା ରେକଡ କରାଯାଇଛି । ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 427.4 ମିଲିମିଟର ବର୍ଷା ରେକଡ କରାଯାଇଛି ।

Leave A Reply

Your email address will not be published.