Latest Odisha News

BREAKING NEWS

ଏମିତି ଭୁଲ୍ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ବର:  ଜୁଲାଇ 23 ଘଟଣାକୁ ନେଇ ପୁଣି ଅଭିନେତା  ବାବୁସାନ ଭିଡିଓ ଜାରି କରିଛନ୍ତି । ବାବୁସାନ କହିଛନ୍ତି  ଏହି ଘଟଣାକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କୁ  କ୍ଷମା ମାଗିଛନ୍ତି ।   ଭିଡିଓ ଜାରି କରି ବାବୁସାନ ପ୍ରମିସ କରିଛନ୍ତି  ଯାହା  ଭୁଲ ହୋଇଛି ସେଭଳି ଆଉ ହେବ ନାହିଁ  । ଭିଡିଓରେ ସେ କହିଛନ୍ତି ଯେ ‘ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶଶୁରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି କ୍ଷତି ହେବାକୁ ଦେବିନାହିଁ  ।

 

ଏଠାରେ ସୂଚନାଯୋଗ୍ୟ  ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ସତ୍ୟନଗରରେ  କାରରେ ଯାଉଥିବା ବେଳେ  ବାବୁସାନଙ୍କୁ ଅଟକାଇଥିଲେ ପତ୍ନୀ ତୃପ୍ତି ଶତପଥୀ । ସେଠାରେ ସେ  ବାବୁସାନ ଏବଂ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହାକୁ ନେଇ ଦୁଇ ପରିବାର ଥାନାକୁ ଯିବା ସହ ଏହି ଘଟଣା ସାରା ଓଡ଼ିଶାରେ ଚର୍ଚା ହୋଇଥିଲା । ସୋସିଆଲ ମିଡିଆରେ ସେହି ଭିଡିଓ ଭାଇରାଲ ହେବା ସହ ଲୋକେ ବାବୁସାନ ଏବଂ ପ୍ରକୃତିଙ୍କୁ ଦୋଷ ଦେଇଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ଥାନାରେ ମାମଲା ହୋଇଥିଲା । ତେବେ ଏବେ ଦୁଇ ପରିବାର ମଧ୍ୟରେ ଆଲୋଚନା ହୋଇ ସମସ୍ୟା ସମାଧାନ ପାଇଁ କଥାବାର୍ତ୍ତା ଚାଲିଥିବା କୁହାଯାଉଛି ।

Leave A Reply

Your email address will not be published.