Latest Odisha News

BREAKING NEWS

ଆସିଲା ଅନ୍‌ଲକ୍‌-୩ର ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସବୁ ପ୍ରୟାସ ପରେ ବି ଥମୁନି ସଂକ୍ରମଣ । ୪ଟି ପର୍ଯ୍ୟାୟରେ ଲକଡାଉନ୍ ସରିବା ପରେ ଦେଶରେ ଅନ୍‌ଲକ୍ ଲାଗୁ ହୋଇଛି । ଆସନ୍ତା ଜୁଲାଇ ୩୧ରୁ ଅନ୍‌ଲକ୍‌-୨ ସରୁଥିବା ବେଳେ ଅନ୍‌ଲକ-୩ ପାଇଁ ଆସିଛି ନୂଆ ଗାଇଡାଲଇନ ।

କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୩ ଗାଇଡାଲାନ୍ ଅନୁସାରେ ସିନେମା ଏବଂ ମେଟ୍ରୋ ବନ୍ଦ। ନାଇଟ୍ କର୍ଫୁ ହଟିବ। ଯୋଗ ଇନଷ୍ଟ୍ୟୁଟ୍ ଓ ଜିମ୍ ଅଗଷ୍ଟ ୫ ତାରିଖରୁ ଖୋଲିବ। ସ୍କୁଲ- କଲେଜ ସମେତ କୋଚିଂ ସେଣ୍ଟର ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ। ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ ଭାବେ ଚଳ ପ୍ରଚଳନ ରହିବ।ବାର, ଆସେମ୍ବଲି ହଲ, ସୁଇମିଂ ଫୁଲ ବନ୍ଦ ରହିବ। ସ୍ପୋର୍ଟସ୍ ସେକ୍ଟର ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ଜାରି ରହିବ। ଅଗଷ୍ଟ ୩୧ ପର‌୍ୟ୍ୟନ୍ତ ଏହାର ଅବଧି ଜାରି ରହିବ। କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ।

ତେବେ ପୂର୍ବ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧବା ଏବଂ ସାମଜିକ ଦୂରତା ଜରୁରୀ ରହିଛି । ଘରୁ ବାହାରକୁ ବାହାରିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।

Leave A Reply

Your email address will not be published.