Latest Odisha News

ଆଜିଠୁ ସିଲ୍ ହେବ ଭୁବନେଶ୍ୱରର ୧୬ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏକ ମିଳିତ ସ୍କ୍ୱାଡ ସୋମବାର ଦିନ ଗାଇଡଲାଇନର ଉଲଘଂନ କରିଥିବା ଦର୍ଶାଇ ପ୍ରାୟ ୧୬ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଆରମ୍ଭ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବିଡିଏର ବରିଷ୍ଠ ଅଧିକାରୀ କହିଛନ୍ତି, “୯୪ଟି କଲ୍ୟାଣ ମଣ୍ଡପ ମଧ୍ୟରୁ ପ୍ରାୟ ୮୦ କଲ୍ୟାଣ ମଣ୍ଡପ ଗାଇଡଲାଇନର ଉଲଘଂନ କରିଥିବା ସୂଚନା ମିଳିଛି । ଆମେ ପ୍ରଥମ ଦିନରେ ୧୬ଟି କଲ୍ୟାଣ ମଣ୍ଡପ ସିଲ୍ କରିବା ଲାଗି ନିଷ୍ପତ୍ତି ନେଇଛୁ” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଏମସି କମିଶନର ୩ ଜୋନାଲ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ୍ କରାଯାଉଛି, ସେନେଇ ଏକ ସୂଚୀ ତିଆରି କରିବେ । ଏହାବ୍ୟତିତ ଅନ୍ୟ କଲ୍ୟାଣ ମଣ୍ଡପ ଗୁଡିକ କେଉଁଦିନ ସିଲ୍ କରାଯିବ, ସେଥିଲାଗି ସୂଚୀ ଓ ତାରିଖ ମଧ୍ୟ ନିର୍ଦ୍ଧାରଣ କରି ଅବଗତ କରାଇବେ ।

ଉଲ୍ଲେଖଯୋଗ୍ୟ, ବିଡିଏ ଠାରୁ ବିଲ୍ଡିଂ ପ୍ଲାନିଂ ଲାଗି ଅନୁମତି ନେଇଥିବା, ହୋଲ୍ଡିଂ ଟିକସ୍ ଦେଉନଥିବା ଓ ଟ୍ରେଡିଂ ଲାଇସେନ୍ସ ପାଇନଥିବା ଲାଗି ୯୪ କଲ୍ୟାଣ ମଣ୍ଡପ ମାଲିକଙ୍କୁ ବିଏମସି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଏହାବ୍ୟତିତ ଜାନୁଆରୀ ୩୧ ତାରିଖ ମଧ୍ୟରେ ସମସ୍ତ ଦସ୍ତାବିଜ ତିଆରି କରିବା ଲାଗି କୁହାଯାଇଥିବା ବେଳେ କେବଳ ୧୪ କଲ୍ୟାଣ ମଣ୍ଡପର ମାଲିକମାନେ ଆବଶ୍ୟକୀୟ ମଞ୍ଜୁରୀ ପ୍ରାପ୍ତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.