Latest Odisha News

BREAKING NEWS

ଆଉ ବାଇକ୍‌ରେ ନୁହେଁ, ଉଡ଼ି ଉଡ଼ି ହେବ ପିଜା ଡେଲିଭରି

ଲଣ୍ଡନ: ସମୟ ବଦଳିବା ସହିତ ବଦଳିବାରେ ଲାଗିଛି ଲୋକଙ୍କ ମାନସିକତା । ସମୟ ବଞ୍ଚାଇବା ସହିତ ଅଧିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଯୁବକଯୁବତୀ । ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ପିଜା ଡ଼େଲିଭରି କମ୍ପାନୀ ତାର କର୍ମଚାରୀଙ୍କୁ ଯୋଗାଇଛନ୍ତି ଜେଟ୍ ଡ଼େଲିଭରି ଜ୍ୟାକେଟ୍ । ଏହାକୁ ପିନ୍ଧି ଡ଼େଲିଭରି ବୟ ଉଡ଼ି ଉଡ଼ି ତୁରନ୍ତ ପିଜା ଯୋଗାଇବା ସହିତ ଅଧିକ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି ।

ଆଜିକାଲି ଅଧିକାଂଶ ଲୋକେ ଘରେ ବସି ବିଭିନ୍ନ ସାମଗ୍ରୀ ଅର୍ଡର କରୁଛନ୍ତି । ତେବେ ଖାଦ୍ୟ ପଦାର୍ଥ ମଧ୍ୟରେ ଲୋକେ ପିଜା ବେଶି ପସନ୍ଦ କରିଥାନ୍ତି । ଏବେ ଡୋମିନସ୍ ପିଜ୍ଜା ତାଙ୍କ ଗ୍ରାହକଙ୍କ ପାଇଁ କିଛି ନୂତନ ଯୋଜନା ଆଣିଛି । ଏବେ ଡେଲିଭରି ବୟ ବାଇକ୍ ମାଧ୍ୟମରେ ନୁହେଁ ଏଣିକି ଉଡ଼ି ଉଡ଼ି ପିଜାକୁ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇବ । ଏହା ଟିକେ ଖଟ୍‌କା ଲାଗୁଥିଲେ ବି ସତ । ପ୍ରଥମ ଥର ପାଇଁ ଦେଶରେ ଡୋମିନସ୍ ଏପରି ଏକ ଅଭିନବ ଯୋଜନା ଆରମ୍ଭ କରିଛି ।

ଡ଼ୋମିନସ୍‌ର ଡେଲିଭରି ବୟ ଜେଟ୍ ଜ୍ୟାକେଟ୍ ପିନ୍ଧିବେ । ପିଠିରେ ଏକ ପିଜା ଥିବା ବ୍ୟାଗ ନେଇ ଉଡ଼ି ଉଡ଼ି ପିଜା ଡେଲିଭରି କରିବେ । ଏହାଦ୍ୱାରା ତାଙ୍କର ଅନେକ ସମୟ ବଞ୍ଚିପାରିବ । ବ୍ରିଟେନ୍‌ରେ ଡୋମିନସ୍ କମ୍ପାନୀ ଏପରି ଉପାୟ ଅବଲମ୍ବନ କରିଛି । ଯାହାକୁ ରକେଟ୍ ମ୍ୟାନ ଜେଟ୍‌ପ୍ୟାକ ଡେଲିଭରି କୁହାଯାଉଛି । ଜଣେ ଡେଲିଭରି ବୟ ଉଡ଼ି ଉଡ଼ି ଯାଇ ଚାଲିଥିବା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପିଜା ଡେଲିଭରି କରୁଥିବା ଦେଖିବାକୁ ମିଳିଥିଲା । ଏହି ଜେଟ୍ ଶୁଟ୍ ଡେଲିଭରି ବୟକୁ ସୁରକ୍ଷା ଦେବା ସହ ଖାଦ୍ୟକୁ ମଧ୍ୟ ଗରମ ରଖିବ ।

Leave A Reply

Your email address will not be published.