Latest Odisha News

BREAKING NEWS

ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ଆଗତ କରିବେ କେନ୍ଦ୍ରୀୟ ବଜେଟ; ଜାନୁଆରୀ ୩୧ରେ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ସଂସଦରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ ।

ଏବେ ଦେଶରେ ବିରୋଧୀ ଦଳମାନେ ନାଗରିକ ସଂଶୋଧନ ଆଇନ (ସିଏଏ) ଏବଂ ଏନଆରସିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମାନ୍ଦାବସ୍ଥା ଯୋଗୁଁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ସମାଲୋଚନା ଜାରି ରଖିଛନ୍ତି । ବିରୋଧୀଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ବଜେଟ ଅଧିବେଶନରେ ଅର୍ଥନୈତିକ ସମସ୍ୟା ସମ୍ପର୍କୀତ ପ୍ରଶ୍ନ ପଚାରି ଘେରିବାକୁ ପ୍ରଚେଷ୍ଟା କରିପାରନ୍ତି ।

ସଂସଦରେ ଏହି ବଜେଟ ଅଧିବେଶନର ଅବଧି ସଂକ୍ଷିପ୍ତ ରହିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Leave A Reply

Your email address will not be published.