Latest Odisha News

BREAKING NEWS

ଶାହରୁଖଙ୍କ ଘର ପାର୍ଟିରେ ରାତି ୩ଟାରେ ଖାଦ୍ୟ ପରସା ଯାଏ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ହିନ୍ଦୀ ସିନେମାକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସିଛନ୍ତି। କିନ୍ତୁ ସେ ନିଜ ଘରେ ଯେପରି ପାର୍ଟି ରଖନ୍ତି ସେନେଇ ସର୍ବଦା ଚର୍ଚ୍ଚାରେ ରହନ୍ତି। ବାଦଶାହଙ୍କ ଘରେ ବହୁତ ଗ୍ରାଣ୍ଡରେ ଯେକୌଣସି ପାର୍ଟି ସେଲିବ୍ରେଶନ କରାଯାଏ ଏବଂ ସେ ବହୁତ ଅଭିନେତା, ଅଭିନେତ୍ରୀଙ୍କୁ ନିମନ୍ତ୍ରଣ ଦେଅନ୍ତି। ସେଥିପାଇଁ ତାଙ୍କ ପାର୍ଟିକୁ ଯିବା ପାଇଁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରନ୍ତି।

ଅଭିନେତା ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ପ୍ରାୟତଃ ନିଜ ଘରେ ପାର୍ଟିର ଆୟୋଜନ କରନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ନିଜ ବନ୍ଧୁ, ସହ-ତାରକାମାନଙ୍କୁ ଆମନ୍ତ୍ରଣ କରନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ରିତେଶ ଦେଶମୁଖ କହିଛନ୍ତି ଯେ ଶାହରୁଖ ଖାନଙ୍କ ଘରେ ଆୟୋଜିତ ପାର୍ଟିକୁ ବହୁତ ପସନ୍ଦ କରନ୍ତି। ସେ ଶାହରୁଖଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଏହି ପାର୍ଟିରେ କଣ କଣ ହୁଏ ଏବଂ କେଉଁ ସମୟରେ ଖାଦ୍ୟ ଖାଇଥାନ୍ତି ସେ ସବୁ ସମ୍ପର୍କରେ ରିତେଶ ଏକ ସାକ୍ଷାତକାରରେ କହିଛନ୍ତି।

ରିତେଶ ଏବଂ ଶାହରୁଖ ଭଲ ବନ୍ଧୁ। ଫିଲ୍ମ ‘ହେ ବେବି’ରେ ମୁଖ୍ୟ କଳାକାରମାନଙ୍କ ମଧ୍ୟରେ ରିତେଶ ଥିଲେ ଏବଂ ଶାହରୁଖଙ୍କର ଏକ କ୍ୟାମୋ ଥିଲେ। Unfiltered by Samdish କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ରିତେଶ ମନ୍ନତଙ୍କ ପାର୍ଟି ସମ୍ପର୍କରେ କହିଥିଲେ। ଯେତେବେଳେ ବି ମାନ୍ନତରେ ଗେଟ୍ ଟୁଗେଦର ହୁଏ ପ୍ରତ୍ୟେକ ଥର ରାତି ୩ଟାରେ ଖାଦ୍ୟ ପରସା ଯାଏ। କିନ୍ତୁ ସେଠାରେ ସର୍ବୋତ୍ତମ କଥା ହେଉଛି ଆୟୋଜକ। ଯେତେବେଳେ ବି ଯେଉଁ ଅତିଥି ପାର୍ଟି ସାରି ଘରକୁ ଯିବାକୁ ବାହାରନ୍ତି ସେତେବେଳେ ଶାହରୁଖ ଖାନ ସେମାନଙ୍କୁ କାର ଯାଏ ଛାଡି ଆସନ୍ତି ଏବଂ କାରର କବାଟ ଖୋଲି ବିଦାୟ ଦିଅନ୍ତି।

ଶାହରୁଖଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁମାନେ ତାଙ୍କର ଏହି ପ୍ରସଙ୍ଗରେ ପ୍ରଶଂସା କରିପାରନ୍ତି, କିନ୍ତୁ ନିକଟରେ ‘କରନ ୱିଥ୍ କଫି’ରେ ଗୌରୀ ଖାନ ଶାହରୁଖଙ୍କ ଏହି ଅଭ୍ୟାସକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସେ ସବୁବେଳେ ଅତିଥିମାନଙ୍କୁ ତାଙ୍କ କାର ଯାଏ ଛାଡି ଆସନ୍ତି। ବେଳେବେଳେ ମୋତେ ଲାଗେ ଯେ ସେ ପାର୍ଟି ସମୟରେ ଭିତର ଅପେକ୍ଷା ବାହାରେ ଅଧିକ ସମୟ ବିତାନ୍ତି। ସୂଚନା ଥାଉକି, ଶାହରୁଖଙ୍କ ତିନୋଟି ଫିଲ୍ମ ୨୦୨୩ରେ ରିଲିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜାନୁଆରୀରେ ୟଶ ରାଜ ଫିଲ୍ମସ୍ ‘ପଠାନ’ରେ ସେ ନଜର ଆସିବେ। ଏହା ସହିତ ଜୁନରେ ଏଟଲିଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଜବାନ୍’ ଏବଂ ‘ଡଙ୍କି’ରେ ମଧ୍ୟ ନଜର ଆସିବେ।

Leave A Reply

Your email address will not be published.