Latest Odisha News

BREAKING NEWS

‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟାକୁ ନେଇ ଭାଗବତଙ୍କ ଉପରେ ବର୍ଷିଲେ ଓୱେସୀ

ହାଇଦ୍ରାବାଦ: ପୁଣି ଆରଏସଏସକୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ। ଏଥର ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ଉପରେ ବର୍ଷିଛନ୍ତି ଓୱେସୀ। ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି ଏବଂ ଦେଶରେ ସବୁଠୁ ଅଧିକ କଣ୍ଡୋମ ମୁସଲମାନମାନେ ବ୍ୟବହାର କରୁଛନ୍ତି। ଦେଶରେ ‘ଧାର୍ମିକ ଆଧାରରେ ଜନସଂଖ୍ୟା ଅସନ୍ତୁଳନ’ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ନିଜର ମନ୍ତବ୍ୟ ରଖିଥିଲେ। ଏନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ସାଧାରଣ ସଭାରେ ତାଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି। ସେ କହିଛନ୍ତି, ‘ମୁସଲମାନମାନେ କଣ୍ଡୋମ ବ୍ୟବହାର କରୁଛନ୍ତି। ପୂର୍ବ ତୁଳନାରେ ମୁସଲମାନମାନଙ୍କର ପ୍ରଜନନ ହାର ହ୍ରାସ ପାଇଛି। ଜନସଂଖ୍ୟା ମାମଲାରେ ବ୍ୟସ୍ତ ହେବା ଆବଶ୍ୟକତା ନାହିଁ କାରଣ ମୁସଲମାନମାନଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ବରଂ ଦିନକୁ ଦିନ କମୁଛି। ମୁସଲମାନମାନେ ଅଧିକ କଣ୍ଡୋମ ବ୍ୟବହାର କରୁଛନ୍ତି। କିନ୍ତୁ ଏ ବାବଦରେ ମୋହନ ଭାଗବତ କେବେ ମଧ୍ୟ ଆଲୋଚନା କରିବେ ନାହିଁ।’

ବୁଧବାର ମୋହନ ଭଗବତ ‘ସ୍ଥାନୀୟ ଅସନ୍ତୁଳନ’ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଭାଗବତ ଏକ ଜନସଂଖ୍ୟା ନୀତି ଉପରେ ଆହ୍ୱାନ ଦେଇଥିଲେ। ଯାହା ସମସ୍ତ ସାମାଜିକ ସମ୍ପ୍ରଦାୟ ପାଇଁ ସମାନ ଭାବରେ କାର୍ଯ୍ୟକାରୀ ହେବା ଉଚିତ୍। ଏହି ସମୟରେ ସେ ଆହୁରି ମଧ୍ୟ କହିଥିଲେ ଯେ ସମ୍ପ୍ରଦାୟ ଆଧାରରେ ‘ଜନସଂଖ୍ୟା ଅସନ୍ତୁଳନ’ ଏକ ଚିନ୍ତାର ବିଷୟ ଯାହାକୁ ଆମେ ଅଣଦେଖା କରିପାରିବା ନାହିଁ। ସେପଟେ ଓୱେସୀ ଏନେଇ କହିଛନ୍ତି, ‘ମୁଁ କୋରାନ ପଢିବାକୁ ଭାଗବତଙ୍କୁ ନିମନ୍ତ୍ରଣ କରୁଛି। ଭ୍ରୁଣ ହତ୍ୟା କରିବା ଏକ ବଡ ପାପ।’ ଏହା ପରେ ସେ ଗର୍ଭଧାରଣ ଏବଂ କଣ୍ଡୋମ ବ୍ୟବହାର ବିଷୟରେ କହିଥିଲେ ଯେ, ‘ମୁସଲମାନମାନେ ଦୁଇଟି ଗର୍ଭଧାରଣ ମଧ୍ୟରେ ଅନେକ ସମୟର ବ୍ୟବଧାନ ରଖନ୍ତି ଏବଂ ଅଧିକାଂଶ ଲୋକେ କଣ୍ଡୋମ ମଧ୍ୟ ବ୍ୟବହାର କରୁଛନ୍ତି।’

ଓୱେସୀ ପୁଣି କହିଛନ୍ତି ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ମୁସଲମାନମାନଙ୍କ ସଂଖ୍ୟା ବଢୁନାହିଁ ବରଂ ଏହା ଦୁଇ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭାଗବତ ଭୁଲ ତଥ୍ୟ ଦେଇଛନ୍ତି ବୋଲି ଓୱେସୀ ସିଧାସଳଖ ଟାର୍ଗେଟ କରିଛନ୍ତି। ଏପରି ମନ୍ତବ୍ୟ ଦେବା ପରେ ଓୱେସୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ ଚଳିତ ସରକାର ଲୋକଙ୍କୁ ଚାକିରି ଦେଉ ନାହାଁନ୍ତି କିମ୍ବା ବେତନ ମଧ୍ୟ ବୃଦ୍ଧି କରି ନାହାଁନ୍ତି। ୨୦୬୧ ସୁଦ୍ଧା ଦେଶର ଅର୍ଦ୍ଧେକ ଲୋକ ସେମାନଙ୍କ ପିଲାମାନଙ୍କ ଉପରେ ନିର୍ଭରଶୀଳ ହେବେ। ତେବେ କିଏ ସେମାନଙ୍କୁ ଖାଇବାକୁ ଦେବ?

Leave A Reply

Your email address will not be published.