Latest Odisha News

BREAKING NEWS

ଇ-କେଓ୍ବାଇସିକୁ ନେଇ କ’ଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜାଣନ୍ତୁ…

ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ସମସ୍ତ ହିତାଧିକାରୀଙ୍କୁ ନୋଟିସ୍ ପଠାଯିବ ।

ମନ୍ତ୍ରୀ ଆହୁରି କହିଛନ୍ତି, କେହି ଚିନ୍ତା କରିବା ଆବଶ୍ୟକ ନାହିଁ । ଏଥିରେ ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି । ପରିବାରର କେହି ବାହାରେ ଥିଲେ, ଆରାମରେ ଆସି ଇ-କେଓ୍ବାଇସି କରିପାରିବେ । ସମସ୍ତ ଇ-କେଓ୍ବାଇସି ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ । ଏହି ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ ପାଇଁ ରହିଛି ବୋଲି ସେ କହିଛନ୍ତି ।

ସେହିପରି, ଏବେ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେଓ୍ବାଇସି ଅପଡେଟ୍‌ କରାଯାଉଛି । ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି । ପରେ ଇ-କେଓ୍ବାଇସି ମାଧ୍ୟମରେ ଡିଲର ଅପଡେଟ୍‌ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.