ଭୁବନେଶ୍ବର: ସରକାର ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ ହୋଇଥିବାବେଳେ, ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି, ରେଡିଓ ଚ୍ୟାନେଲେର ୨.୧୪ କୋଟି, ୱେବ୍ ଚ୍ୟାନେଲରେ ୧.୮୭ କୋଟି ଖର୍ଚ୍ଚ ହୋଇଛି । ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।