Latest Odisha News

BREAKING NEWS

ଲାଇଟ୍ ଲିଭାଇବାକୁ ନେଇ କାନ କାମୁଡ଼ି ଛିଣ୍ଡାଇ ଦେଲେ

ସୋନପୁର: ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ କଲାପଥର ଗାଁରେ । ଗୁରୁବାର ଗାଁରେ ଲାଇଟ୍ ଲିଭାକୁ ନେଇ ୨ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ ଯୁବକ ଅନ୍ୟ ଜଣଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି ।

କଲାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଯାଇଥିବା ବେଳେ ସେହି ଗାଁର ଦାଶରଥି କର୍ଣ୍ଣ କାମୁଡ଼ି ଥିବା ଅଭିଯୋଗ ହୋଇଛି । ଜିବର୍ଦ୍ଧନଙ୍କୁ ଗାଁ ଲୋକେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କର ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.