Latest Odisha News

BREAKING NEWS

ଅବଧି ସରିଯାଇଥିଲେ ବି ଖାଇପାରିବେ ଏହି ସବୁ ଖାଦ୍ୟ

ଅପଣଙ୍କୁ ଅବଧି ସରିଯାଇଥିବା ଖାଦ୍ୟ ଦିଆଗଲେ ଆପଣ ଖାଇବେ କି ? ନିଶ୍ଚିତ ଭାବେ ଆପଣ ତାକୁ ଫୋପାଡି ଦେବେ। କାରଣ ସେଗୁଡିକର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। କିନ୍ତୁ ଆପଣ ଜାଣନ୍ତି କି, କିଛି ଜିନିଷ ଏପରି ଥାଏ ସେଗୁଡିକର ଅବଧି ସମାପ୍ତ ହେବା ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବ ନାହିଁ। ତେବେ ସେଗୁଡ଼ିକ କଣ ଆସନ୍ତୁ ଜାଣିବା….

ମହୁ- ଏହା ଏପରି ଖାଦ୍ୟ ପଦାର୍ଥ, ଯାହାକୁ ସଠିକ୍ ଭାବରେ ରଖାଗଲେ ବର୍ଷ ବର୍ଷ ପରେ ମଧ୍ୟ ଖାଇ ପାରିବେ। ପୁରାତନ କାଳରେ ଲୋକେ ଦୀର୍ଘ ସମୟ ଧରି ମହୁ ଗଚ୍ଛିତ କରୁଥିଲେ ଏବଂ ଆବଶ୍ୟକ ସମୟରେ ଏହାକୁ ଖାଉଥିଲେ। ଆଜି ଯଦି ଆମେ ମହୁକୁ ସଠିକ୍ ଭାବରେ ଗଚ୍ଛିତ କରି ରଖିଥାଉ ତେବେ ବର୍ଷ ବର୍ଷ ପରେ ମଧ୍ୟ ଏହାକୁ ଖିଆ ଯାଇପାରିବ।

ପାସ୍ତା- କେବଳ ପିଲାମାନେ ନୁହଁନ୍ତି, ବୟସ୍କମାନେ ମଧ୍ୟ ଅତ୍ୟଧିକ ଉତ୍ସାହ ସହିତ ପାସ୍ତା ଖାଆନ୍ତି। ଯଦି ଆପଣ ସୁସ୍ୱାଦୁ ପାସ୍ତାକୁ ସଠିକ୍ ଭାବରେ ଗଚ୍ଛିତ କରନ୍ତି, ତେବେ ଏହା ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ। ଏହାର କୌଣସି ଅବଧି ସମୟ ନଥାଏ। ପାସ୍ତାକୁ ସଂରକ୍ଷଣ କରିବା ବେଳେ ଧ୍ୟାନ ଦେବେ ଏହା କୌଣସି ପ୍ରକାରେ ଜଳ କିମ୍ବା ଆର୍ଦ୍ରତା ସଂସ୍ପର୍ଶରେ ଆସିବା ଅନୁଚିତ୍।

ଲୁଣ- ପ୍ରାୟ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଲୁଣ ବ୍ୟବହୃତ ହୁଏ। ପୂରାତନ ଲୋକେ କୁହନ୍ତି ଯେ ଲୁଣ କେବେ ବି ଖରାପ ହୋଇନଥାଏ । ଯଦିଓ ଏହା ନଷ୍ଟ ହୋଇପାରେ, କିନ୍ତୁ ଯଦି ଏହା ସଠିକ୍ ଭାବରେ ଷ୍ଟୋର କରି ରଖାଯାଏ, ତେବେ ଅବଧି ସରିବା ପରେ ମଧ୍ୟ ଏହାକୁ ଖାଇ ପାରିବେ।

ଚିନି- ଏହା ଏପରି ଖାଦ୍ୟ ପଦାର୍ଥ, ଯାହାକି ଅଧିକାଂଶ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଥାଏ। ଚିନିର ଦୁଇ ବର୍ଷ ପର୍ଯ୍ୟନ୍ତ ସମାପ୍ତି ତାରିଖ ଅଛି, କିନ୍ତୁ ଯଦି ଏହା ସଠିକ୍ ଭାବରେ ରଖାଯାଏ, ତେବେ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ।

Leave A Reply

Your email address will not be published.