Latest Odisha News

BREAKING NEWS

କେବିସି-୧୪ ର ପ୍ରଥମ କୋଟିପତି ହେଲେ ମହାରାଷ୍ଟ୍ରର କବିତା

ମୁମ୍ବାଇ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ବାହାରେ। ବାରମ୍ବାର ହାରିବା ସତ୍ତ୍ୱେ ମନବଳ ଭାଙ୍ଗିନଥିଲେ ସେ । ସେ ପୁଣିଥରେ କୌନ ବନେଗା କରୋଡ୍‌ପତିର ୧୪ତମ ସିଜିନରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଖେଳୁଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର କୋଲହାପୁରରେ ରହୁଥିବା କବିତା ଚାୱଲା। କବିତା ଏହା ପୂର୍ବରୁ କୌନ ବନେଗା କରୋଡ୍‌ପତିରରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ସେହି ସମୟରେ ସେ ଶୋ’ର ହଟ୍‌ ସିଟ୍‌ରେ ବସିପାରି ନଥିଲେ। ଏବେ ସେ ୧ କୋଟି ଟଙ୍କାର ମାଲିକ ହୋଇଛନ୍ତି। କବିତା ୭ କୋଟି ଟଙ୍କା ଜିତୁଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୪୫ ବର୍ଷୀୟ କବିତା ଆରମ୍ଭରୁ ଏକ କୋଟି ଟଙ୍କା ଜିତିବାର ଲକ୍ଷ୍ୟ ରଖିଥିଲେ। କୁହାଯାଉଛି ଯେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଆତ୍ମବିଶ୍ୱାସକୁ ବହୁତ ପ୍ରଶଂସା କରିଛନ୍ତି। କବିତା ତାଙ୍କ ପୁଅ ବିବେକଙ୍କ ସହ ଏହି ଶୋ’ରେ ଯୋଗ ଦେଇଥିଲେ। ସେ ବିଗ୍ ବି ସହିତ ଏକ ଭଲ ଏପିସୋଡ୍ ଶୁଟ୍ କରିଥିଲେ। ଆସନ୍ତା ସୋମବାର ଏବଂ ମଙ୍ଗଳବାରରେ ସୋନି ଟିଭିରେ ଏହି ଧାରାବାହିକ ପ୍ରସାରିତ ହେବାକୁ ଯାଉଛି।

ଗତ ସିଜିନରେ କୌନ ବନେଗା କରୋଡ୍‌ପତିରେ ମହିଳାଙ୍କ ପ୍ରାଧାନ୍ୟ ବିସ୍ତାର କରାଯାଇଥିଲା। ଗତ ଦୁଇଟି ସିଜିନରେ ଅନେକ ମହିଳା କୋଟିପତି ହୋଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ଏହାର ଖୁସି ବାଣ୍ଟିଛନ୍ତି। କୋଟିପତି ହେବାର ସ୍ୱପ୍ନ ସହିତ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସକମାନେ ଏହି ଶୋ’ରେ ଯୋଗ ଦିଅନ୍ତି। ଯଦିଓ ସମସ୍ତେ ଏତେ ପରିମାଣର ଜିତିବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ଜିତିବା ଦ୍ୱାରା ସେମାନଙ୍କର ସ୍ୱପ୍ନକୁ କିଛି ପରିମାଣରେ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି।

ଗତ ସିଜିନ ୧୩ ରେ, କେବିସି ନିୟମ ଅନୁଯାୟୀ ଏକ କୋଟି ଜିତିବା ପରେ ପ୍ରତିଯୋଗୀମାନେ ୭ କୋଟି ପ୍ରଶ୍ନର ଭୁଲ ଉତ୍ତର ଦେଇ ୩ ଲକ୍ଷକୁ ଆସୁଥିଲେ। ଏହି କାରଣରୁ କୌଣସି ପ୍ରତିଯୋଗୀ ୭ କୋଟି ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଉନଥିଲେ। ତେବେ ବର୍ତ୍ତମାନ ଏହି ସିଜିନରେ ୭ କୋଟି ଟଙ୍କାର ପ୍ରଶ୍ନର ଭୁଲ ଉତ୍ତର ଦେଲେ ପ୍ରତିଯୋଗୀମାନେ ୭୫ ଲକ୍ଷ ଟଙ୍କା ପାଇବେ। ଚଳିତ ଥର ଆଶା କରାଯାଉଛି ଯେ ଏହି କାରଣରୁ କିଛି ପ୍ରତିଯୋଗୀ ୭ କୋଟି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବେ। ଏହି ପ୍ରଶ୍ନ ପାଇଁ କୌଣସି ଲାଇଫ୍ ଲାଇନ୍ ବ୍ୟବହାର କରାଯାଇପାରିବ ନାହିଁ।

Leave A Reply

Your email address will not be published.