Latest Odisha News

BREAKING NEWS

ଧୋନୀଙ୍କ ରେକର୍ଡ ଭାଙ୍ଗିବେ ପନ୍ତ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ୱିକେଟକିପର ରିଷଭ ପନ୍ତଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ୨୬ ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରଜରେ ପନ୍ତ ୩ଟି ଡିସମସାଲ କଲେ କମ ମ୍ୟାଚରେ ଦ୍ରୁତ ୧୦୦ ଡିସମିସାଲରେ ଧୋନୀଙ୍କ ରେକର୍ଡ ଭାଙ୍ଗିବେ ।

ଧୋନୀ ୩୬ ଟେଷ୍ଟରେ ୧୦୦ ଡିସମାସଲ କରିଥିବା ବେଳେ ପନ୍ତ ୨୫ ଟେଷ୍ଟରେ ୯୭ ଡିସମିସାଲ କରିଛନ୍ତି । ଏମାନଙ୍କ ପଛକୁ ରିଦ୍ଧିମାନ ଶାହା (୩୭ ଟେଷ୍ଟ), କିରନ ମୋରେ (୩୯ ଟେଷ୍ଟ), ନୟନ ମୋଙ୍ଗିଆ (୪୧ ଟେଷ୍ଟ) ଓ ସୟେଦ କିରମାନୀ (୪୨ ଟେଷ୍ଟ) ରହିଛନ୍ତି ।

Leave A Reply

Your email address will not be published.