Latest Odisha News

[ଦେଖନ୍ତୁ ଭିଡିଓ] ୫ ମାସ ପରେ ଖୋଲାଗଲା ମା ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା ବିଦେଶୀ ନୋଟ୍

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଦୀର୍ଘ ପାଞ୍ଚ ମାସ ପରେ ଆଜି ହୁଣ୍ଡି ଖୋଲା ଯାଇଥିବା ବେଳେ ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଓ ବିଦେଶୀ ନୋଟ୍ ମିଳିଛି । ଦାନ ଆକାରରେ ଟଙ୍କା, ସୁନା ଓ ଅଳଙ୍କାର ସହ ବିଦେଶୀ ନୋଟ୍ ହୁଣ୍ଡିରେ ପକାଇଛନ୍ତି ଭକ୍ତ ।

ହୁଣ୍ଡି ଖୋଲାଯିବା ପରେ ଟଙ୍କା, ସୁନା ଗଣତି ଆରମ୍ଭ ହୋଇଛି । ବିଶେଷ କରି ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଭକ୍ତ ମାନେ ଦାନ ଆକାରେରେ ହୁଣ୍ଡିରେ ଟଙ୍କା, ସୁନା ପକାଇଥାନ୍ତି । ଭେଙ୍କେଟେଶ୍ୱର କଲ୍ୟାଣ ମନ୍ଦିର ଓ ଜେମେଶ ଟୁଟିରିଆଲର ସଭ୍ୟ ମାନେ ଗଣତି କାର୍ଯ୍ୟ ରେସହଯୋଗ କରୁଛନ୍ତି ।

ଗତ ମାର୍ଚ୍ଚ ମାସରେ ହୁଣ୍ଡିରୁ ପ୍ରାୟ ୭୮ ଲକ୍ଷ ୮୮ ହଜାର ଟଙ୍କା ସହ ୫୪ ଗ୍ରାମ ସୁନା ଓ ୨ କିଲୋ ୬୦ ଗ୍ରାମ ରୂପା ବାହାରିଥିଲା । ଗଣତି ସରିବା ପରେ ଟଙ୍କା ଓ ସୁନା ଅଳଙ୍କାର ପରିମାଣ ଜଣା ପଡ଼ିବ ।

Comments are closed.