Latest Odisha News

BREAKING NEWS

ଚୀନ୍‌କୁ ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ ବୟାନ; ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ ପର୍ଯ୍ୟାୟରେ ରହିଛି; ସୀମାରେ ଶାନ୍ତି ଆବଶ୍ୟକ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ସହ ଜାରି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଜୟଶଙ୍କର ଏକ ବଡ ବୟାନ୍‌ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ ପର୍ଯ୍ୟାୟରେ ଅଛି। ଏକ ଅନୁଷ୍ଠାନର କାର୍ଯ୍ୟକ୍ରମର ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି।

ଏଲ୍‌ଏସି ଉପରେ ଅଘଟଣ ସମ୍ପର୍କରେ ବ‌ୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି, କିନ୍ତୁ ଯେପର୍ଯ୍ୟନ୍ତ ଏହି ବିବାଦ ରହିଥିବ ସେ ପର୍ଯ୍ୟନ୍ତ ଉଭୟ ଦେଶକୁ ସୀମାରେ ଶାନ୍ତି ବଜାୟ ରଖିବାକୁ ପଡ଼ିବ।

ଏସ୍‌ ଜୟଶଙ୍କର କହିଛନ୍ତି ଯେ ଏଲ୍‌ଏସି ରେ ଚୀନ୍ ପକ୍ଷରୁ ହଜାର ହଜାର ସୈନ୍ୟ ଅଣାଯାଇଥିଲା, ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତିର ଆବଶ୍ୟକତା ରହିଛି, କିନ୍ତୁ ଚୀନ୍ ଦ୍ୱାରା ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଦୁଇ ଦେଶ ମଧ୍ୟରେ ଫାଟ ସୃଷ୍ଟି କରିଛି।ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପ୍ରସଙ୍ଗ ହେଉଛି ଯେ ଦୁଇ ଦେଶ ମଧ୍ୟରେ କିଛି ଚୁକ୍ତିନାମା ରହିଛି, ଯାହା ପାଳନ କରାଯାଇ ନାହିଁ।

Leave A Reply

Your email address will not be published.