Latest Odisha News

BREAKING NEWS

ଲକ୍‌-ଡାଉନ୍ ନିୟମ ଭାଙ୍ଗି ଅନନ୍ୟ ଢଙ୍ଗରେ ଦଣ୍ଡିତ ହେଲେ ବିଦେଶୀ !

ଉତ୍ତରାଖଣ୍ଡ: ଋଷିକେଶରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ ବିଦେଶୀ ନାଗରିକ । ସ୍ଥାନୀୟ ଲୋକଙ୍କୁ ନିର୍ଘାତିଆ ମାଡ । ହେଲେ ବିଦେଶୀଙ୍କୁ ନିଆରା ଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛି ଉତ୍ତରାଖଣ୍ଡ ପୋଲିସ ।

ଶନିବାର ପୋଲିସ ହାତରେ ଧରାପଡିଥିଲେ ବିଭିନ୍ନ ଦେଶର ୧୦ ବିଦେଶୀ ନାଗରିକ । ସମଗ୍ର ଦେଶରେ ଲକ୍‌-ଡାଉନ୍ ଜାରି ହୋଇଥିଲାବେଳେ ରିଷିକେଶରେ ବିଦେଶୀମାନେ ଘୁରିବୁଲୁଥିବାର ନଜର ଆସିଥିଲେ ।

ଖବର ପାଇ ଋଷିକେଶର ତପୋବନ ଅଂଚଳରେ ପହଂଚିଥିଲା ସ୍ଥାନୀୟ ପୋଲିସ । ଲକ୍‌-ଡାଉନ୍ ନିୟମ ଭଙ୍ଗ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିନଥିବାରୁ ସେମାନଙ୍କୁ ମିଳିଥିଲା ଅନନ୍ୟ ଦଣ୍ଡ ।

PTI ରିପୋର୍ଟ ଅନୁଯାୟୀ ମାଡ, ଜେଲ କିମ୍ବା ଅର୍ଥଦଣ୍ଡ ବଦଳରେ ପ୍ରତ୍ୟେକ ବିଦେଶୀଙ୍କୁ ୫୦୦ ଥର ଲିଖିତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଥିଲା ।

ତପୋବନ ଅଂଚଳରେ ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ହୋଇଥିଲାବଳେ ଖାସ କରି ବିଦେଶୀମାନେ ନିୟମ ଭଙ୍ଗ କରୁଥିବା ନେଇ ନଜରକୁ ଆସିଛି ।

Leave A Reply

Your email address will not be published.