Latest Odisha News

BREAKING NEWS

ଦିଲ୍ଲୀରେ ବିସ୍ଫୋରଣ, ଫରେନସିକ୍ ଓ ଏନଆଇଏର ଛାନଭିନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ବିସ୍ଫୋରଣ । ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ବୋମା ବିସ୍ଫୋରଣରେ ୪ରୁ ୫ଟି କାରର କାଚ ଭାଙ୍ଗି ପଡ଼ିଛି । ବିସ୍ଫୋରଣ ପରେ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ରେଲଓ୍ବେ ଷ୍ଟସନ ସହ ବିମାନ ବନ୍ଦରରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି ।

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିସ୍ଫୋରଣ ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ କରୁଛି । ବିସ୍ଫୋରଣ ସ୍ଥଳକୁ ପୋଲିସ କର୍ଡନ କରି ନେଇଛି । ଏଥିସହ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି । ଅନ୍ୟପଟେ ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା କହିଛି ଇସ୍ରାଏଲ ବିଦେଶ ମନ୍ତ୍ରୀ । ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଜରୁରୀ ବୈଠକ ଡାକିଛନ୍ତି ।

ଦିଲ୍ଲୀରେ ଧ୍ବଜାବତରଣ ଚାଲିଥିବା ବେଳେ ଏହି ସମୟରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ । ଠିକ୍ ଏହି ସମୟରେ ଧ୍ୱଜାବତରଣ କ୍ଷେତ୍ରରୁ ମାତ୍ର ୨ କିଲୋମିଟର ଦୂରରେ ଘଟିଥିଲା ବୋମା ବିସ୍ଫୋରଣ । ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି ।

Leave A Reply

Your email address will not be published.