Latest Odisha News

କାର- ଅଟୋ ମୁହାଁମୁହିଁ ଧକ୍କା, ୧୨ରୁ ଅଧିକ ଯାତ୍ରୀ ଗୁରୁତର

ମୋରଡା: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା-ଷ୍ଟେସନ ଅମରଦା ରୋଡ଼ ରାସଗୋବିନ୍ଦପୁର ଥାନା ନାକିଚୁଆ ନିକଟ ବାଙ୍କ ଜଙ୍ଗଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ରୁ ଯାତ୍ରୀ ଗୁରୁତର ହୋଇଛନ୍ତି । 

ସୂଚନାନୁଯାୟୀ, ଅଟୋରେ ବସି ଯାତ୍ରୀମାନେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରୁ କାମ କରିବା ପାଇଁ ବାଲେଶ୍ୱର ଜିଲ୍ଲାକୁ ଯାଇଥିଲେ । ଫେରିବା ସମୟରେ ଦ୍ରୁତଗତିରେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଉଭୟ କାର ଓ ଅଟୋରେ ଥିବା ୧୨ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ରାସଗୋବିନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁରୁତର ଥିବା ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗ, ତିନୋଟି ୧୦୮ ଆମ୍ବୁଲାନ୍ସ ଓ ପୋଲିସ ଗାଡିରେ ରାସଗୋବିନ୍ଦପୁର ଡାକ୍ତରଖାନାରୁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.