Latest Odisha News

BREAKING NEWS

ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଜା ଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

୨ ଦିନ ତଳେ ଭାଲୁ ଆକ୍ରମଣରେ ବିରୁନପଦର ଗାଁର ୭୦ ବର୍ଷର ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ବର୍ଷର ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି । ଘଟଣା ପରେ କୋମନା ବନ୍ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଛି ।

ବିଜାଖମନ ଜଙ୍ଗଲ ନିକଟସ୍ଥ ଏକ ପୋଖରି ତଳେ ଭାଲୁ ରହିଥିଲା । ବନ କର୍ମଚାରୀ ଯିବା ବେଳେ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଛି । ଫରେଷ୍ଟର ଗୋପାଳ ମହାନନ୍ଦ ଗୁରୁତର ଆହତ ହୋଇଥିବା ବେଳେ ବନ କର୍ମଚାରୀ ସାଗର ଠେଲା, ତାଣ୍ଡି ଫରେଷ୍ଟ ଗାର୍ଡ ଏବଂ ବିରୁନ ପଦର ଗାଁର ବନ ରକ୍ଷୀ ସନ୍ତୋଷ ଡୁଣ୍ଡି ଆହତ ହୋଇଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରି କୋମନାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଯାଇଛି ।

Comments are closed.