Villagers Attack Forest Officials:ବନ କର୍ମଚାରୀଙ୍କୁ ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣ;ବୃକ୍ଷରୋପଣ ବେଳେ ଆକ୍ରମଣ ଅଭିଯୋଗ
ବଲାଙ୍ଗୀର:ମାଡ଼ ଖାଇଲେ ବନ କର୍ମଚାରୀ । ବନ କର୍ମଚାରୀମାନେ ବୃକ୍ଷରୋପଣ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।
ସୂଚନାମୁତାବକ, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା ବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। ଏହାର ତଦାରଖ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ବନ କର୍ମଚାରୀ । କିନ୍ତୁ ସେଠାରେ ଠେଙ୍ଗାରେ ଗ୍ରାମବାସୀ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଫରେଷ୍ଟର ଅନ୍ୟ ସାଥି ଗାର୍ଡମାନଙ୍କୁ ଡକାଇଥିଲେ। ସେମାନେ ପହଞ୍ଚିବା ପରେ ଫରେଷ୍ଟରଙ୍କ ସମେତ ୩ ଜଣ ଫରେଷ୍ଟ ଗାର୍ଡ ଓ ୨ ଜଣ ପାରା ସ୍କ୍ୱାଡ୍ ସଦସ୍ୟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ତୁରେକେଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ଥିବା ସୂଚନା ରହିଛି ।
