Latest Odisha News

କୃଷକଙ୍କ ବିରୋଧକୁ ନେଇ କାହିଁକି ଚୁପ୍‌ ପ୍ରିୟଙ୍କା; ମିୟା ଖଲିଫା

ନୂଆଦିଲ୍ଲୀ: ତିନୋଟି କୃଷି ନିୟମ ବିରୁଦ୍ଧରେ ସମଗ୍ର ଦେଶରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନର ପ୍ରତିଧ୍ୱନୀ ଦେଶ ତଥା ବିଦେଶରେ ମଧ୍ୟ ଶୁଣିବାକୁ ମିଳୁଛି। ଆମେରିକାର ବହୁ ବଡ ସେଲିବ୍ରିଟି କୃଷକ ଆନ୍ଦୋଳନରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ସେମାନଙ୍କ ମଧ୍ୟରେ ପୂର୍ବତନ ଅଭିନେତ୍ରୀ ମିୟା ଖଲିଫା ମଧ୍ୟ ଅଛନ୍ତି। ମିଆ ଖଲିଫା ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ଚାଷୀଙ୍କ ସମର୍ଥନ ବିଷୟରେ କହିଛନ୍ତି।

ଏବେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯିଏକି ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଶକ୍ତି ପ୍ରଦର୍ଶନ କରିଆସିଛନ୍ତି। ମିଆ ଖଲିଫା ପ୍ରିୟଙ୍କା ଚୋପ୍ରାଙ୍କୁ କୃଷକ ଆନ୍ଦୋଳନ ଉପରେ ନୀରବତା ପାଇଁ ପ୍ରଶ୍ନ କରିଛନ୍ତି।

ସେ ଅଭିନେତ୍ରୀଙ୍କ ବିଷୟରେ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମିଆ ଖଲିଫା ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଟ୍ୱିଟରରେ ଲେଖିଛନ୍ତି, ‘କଣ ମିସେସ୍‌ କେଉଁ ସମୟରେ କହିବାକୁ ଯାଉଛନ୍ତି କି? ମୁଁ କେବଳ ଜାଣିବାକୁ ଚାହେଁ ଏହି ଶାନ୍ତି ମୋତେ ବିନାଶ ସମୟରେ ଅନୁଭବ କରାଉଛି।

Comments are closed.