Latest Odisha News

BREAKING NEWS

କର୍ମଚାରୀଙ୍କୁ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍ ଦେବ HCL

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି । ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି ଟଙ୍କା ହେବ । ତେବେ ଏତେ ବଡ଼ ଆୟ ହେବା ପରେ ବର୍ତ୍ତମାନ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୭୦୦ କୋଟିରୁ ଅଧିକ ଟଙ୍କାର ବୋନସ୍ ଘୋଷଣା କରିଛି ।

ସୂଚନା ଅନୁଯାୟୀ, HCL ଟେକ୍ ଏକ ବିବୃତ୍ତିରେ କହିଛି ଯେ ଫେବୃଆରୀ ୨୦୨୧ରେ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବୋନସ୍ ପ୍ରଦାନ କରାଯିବ ଏବଂ ଏହାର ପ୍ରଭାବ କମ୍ପାନୀର ଆର୍ଥିକ ବର୍ଷ ୨୦୨୦-୨୧ର EBIT ପୂର୍ବାନୁମାନର ଅନ୍ତର୍ଭୂକ୍ତ ନୁହେଁ । କମ୍ପାନୀ କହିଛି, ଏକବର୍ଷ କିମ୍ବା ଅଧିକ ଦିନ କାମ କରିଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଦଶ ଦିନର ଦରମା ଭଳି ବୋନସ ମିଳିବ ।

ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ HR ଆପାରାଓ ଭିଭି କହିଛନ୍ତି, ମହାମାରୀ ସତ୍ତ୍ୱେ HCL ପରିବାରର ପ୍ରତ୍ୟେକ ସଦସ୍ୟ ନିଜର ଦୃଢ଼ ପ୍ରତିବଦ୍ଧତା ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ ଏବଂ ସଂଗଠନର ଅଭିବୃଦ୍ଧିରେ ସହଯୋଗ କରିଥିଲେ । 

୨୦୨୦ ଡିସେମ୍ବର ୩୧ ସୁଦ୍ଧା, କମ୍ପାନୀର ପ୍ରାୟ  ୧ ଲକ୍ଷ ୬୯ ହଜାର ୬୮୨ ଜଣ କର୍ମଚାରୀ ଫୁଲଟାଇମ୍ କାମ କରିଥିଲେ । ତେଣୁ କମ୍ପାନୀର ଯାହା ବି ଲାଭ ହୋଇଛି କେବଳ ସେହି କର୍ମଚାରୀଙ୍କ ପାଇଁ । କମ୍ପାନୀ କର୍ମଚାରୀଙ୍କୁ ନିଜର ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି କହିଛି । ଏଥିସହିତ ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛି । ଏହା ବ୍ୟତୀତ ଏହି ଖାସ୍ ମୌକାକୁ ସମସ୍ତେ ମିଶି ପରେ ସେଲେବ୍ରେଟ କରିବେ ବୋଲି ମଧ୍ୟ କମ୍ପାନୀ କହିଛି ।

Leave A Reply

Your email address will not be published.