Latest Odisha News

BREAKING NEWS

ପଦ୍ମ ଧରିଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ, ବିଜେପିରେ ଯୋଗ ଦେବା କ୍ଷଣି କଲେ କଂଗ୍ରେସକୁ କଟାକ୍ଷ

ନୂଆଦିଲ୍ଲୀ : କଂଗ୍ରେସ ହାତ ଛାଡିବା ପରେ ଶୁକ୍ରବାର ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି କିରଣ କୁମାର ରେଡ୍ଡୀ । ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ଦଳରେ ସାମିଲ ହୋଇଛନ୍ତି । ଆଉ ବଡ଼ କଥା ହେଲା ବିଜେପିରେ ଯୋଗ ଦେବା ପରେ ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କିରଣ କୁମାର। କହିଛନ୍ତି, ମୁଁ କେବେ ଭାବି ନଥିଲି କଂଗ୍ରେସ ଛାଡିବି । ମୁଁ ଓ ମୋ ପରିବାର ୧୯୫୨ରୁ କଂଗ୍ରେସ ସହି ଜଡିତ । ୬୦ ବର୍ଷରୁ ଅଧିକ ସମୟ ହେବ କଂଗ୍ରେସ ସହ ସମ୍ପର୍କ ଥିଲା । ମୋତେ ଦଳ ଛାଡିବାକୁ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ପଦ ମିଳିଥିବା ମାତ୍ର ମୁଁ ଦଳ ଛାଡି ନଥିଲି ।କିନ୍ତୁ କଥାରେ ଅଛି ନା, ମୋ ରାଜା ଭାରି ଜ୍ଞାନୀ, ସେ ନିଜ କଥା ଭାବନ୍ତି ନାହିଁ । କାହା ପରାମର୍ଶ ଶୁଣନ୍ତି ନାହିଁ । କଂଗ୍ରେସରେ ରହି ସେ ନିଜକୁ ଉପେକ୍ଷିତ ମନେ କରୁଥିବା ପ୍ରତିକ୍ରିୟାରେ କହିଛନ୍ତି । କିରଣ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ହିଁ ଦଳର ପତନ ହୋଇଛି । ସେମାନେ ଲୋକଙ୍କ ସହ କଥା ହୁଅନ୍ତି ନିଅନ୍ତି ନାହିଁ ନେତାଙ୍କ ମତ ନିଅନ୍ତି ନାହିଁ । ବିନା ପରିଶ୍ରମରେ ସେମାନେ କ୍ଷମତା ଚାହାନ୍ତି ବୋଲି ସେ କହିଛନ୍ତି ।

ସେପଟେ କିରଣ ରେଡ୍ଡୀଙ୍କୁ ବିଜେପିକୁ ସ୍ବାଗତ କରି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, କିରଣ କୁମାର ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ବିଜେପିକୁ ଆହୁରି ସୁଦୃଢ କରିବା ସହିତ ସେ ଦୁର୍ନୀତି ବିରୋଧରେ ଆମ ଲଢେଇକୁ ଶକ୍ତି ପ୍ରଦାନ କରିବେ । କିରଣ କୁମାର ରେଡ୍ଡୀଙ୍କୁ ବିଜେପି ଶୀଘ୍ର ଏକ ବଡ ଦାୟିତ୍ବ ଦେବ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.