ନୂଆଦିଲ୍ଲୀ: ପ୍ରଧାନ ବିଚାରପତିରୁ ହେଲେ ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ପକରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ ।
ମାର୍ଚ୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ । ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି । ସେପଟେ ଗୋଗୋଇଙ୍କ ସଦସ୍ୟତାକୁ କଂଗ୍ରେସ ସାଂସଦମାନେ ବିରୋଧ କରିଛନ୍ତି । ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଥିଲେ । ସେ ୩ ଅକ୍ଟୋବର ୨୦୧୮ରୁ ୧୭ ନଭେମ୍ବର ୨୦୧୯ ଯାଏଁ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ ।
BREAKING NEWS
- ‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
- E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା
- ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି
- ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
- ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଫୁଡ୍ ଡେଲିଭରି କର୍ମଚାରୀଙ୍କ ଧର୍ମଘଟ
Comments are closed.