Latest Odisha News

BREAKING NEWS

କରୋନାଭାଇରସ ଭୟ; ସ୍ଥଗିତ ରହିଲା ଜେଇଇ ମେନ-୨୦୨୦ ପରୀକ୍ଷା, ମାର୍ଚ୍ଚ ୩୧ରେ ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୫,୭,୯ ଏବଂ ୧୧ରେ ହେବାକୁ ଥିବା ଜେଇଇ ମେନ୍-୨୦୨୦ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ସେହିଭଳି ମାର୍ଚ୍ଚ ୩୧ରେ ମିଳିବ ଆଡମିଟ୍ କାର୍ଡ । ଯାହା ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ଉପଲବ୍ଧ ହୋଇଥାନ୍ତା । ଏବେ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ବଦଳରେ ମାର୍ଚ୍ଚ ୩୧ ତାରିଖରେ ଜାତୀୟ ପରୀକ୍ଷା ଏଜେନ୍ସିର nta.jeemain.nic.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ମାର୍ଚ୍ଚ ୩୧ ପରେ ସମସ୍ତ ପ୍ରବେଶିକା ପରୀକ୍ଷା ପୁନଃ ନିର୍ଦ୍ଧାରିତ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶନାମା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଯେହେତୁ ଏହି ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ଯାନବାହନରେ ଯିବାଆସିବା କରିବାକୁ ପଡିବ ଏବଂ ସିବିଏସଇ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି ସେଥିଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଏଚଆରଡି ସେକ୍ରେଟାରୀ ଅମିତ ଖରେ କହିଛନ୍ତି ।

Leave A Reply

Your email address will not be published.