ନୂଆଦିଲ୍ଲୀ: ପ୍ରଧାନ ବିଚାରପତିରୁ ହେଲେ ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ପକରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ ।
ମାର୍ଚ୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ । ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି । ସେପଟେ ଗୋଗୋଇଙ୍କ ସଦସ୍ୟତାକୁ କଂଗ୍ରେସ ସାଂସଦମାନେ ବିରୋଧ କରିଛନ୍ତି । ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଥିଲେ । ସେ ୩ ଅକ୍ଟୋବର ୨୦୧୮ରୁ ୧୭ ନଭେମ୍ବର ୨୦୧୯ ଯାଏଁ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ ।
BREAKING NEWS
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

Comments are closed.