Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କର ୮୧ ବର୍ଷ ବୟସରେ ଆଜି ନୂଆଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି ।

ଶ୍ରୀମତୀ ଦିକ୍ଷିତଙ୍କର ମୃତ୍ୟୁ ଶନିବାର ଦିନ ୩ଟା ୩୦ ମିନିଟରେ ହୋଇଥିବାର ସୂଚନା ମିଳିଛି ।

ଏହି ଦିବଂଗତ କଂଗ୍ରେସ ନେତ୍ରୀ ଲଗାତର ଭାବେ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଥିଲେ । ସେ ୧୯୯୮ରୁ ୨୦୦୩ ମସିହା ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ ଭାର ଗ୍ରହଣ କରିଛନ୍ତି ।

ଶୀଲା ଦିକ୍ଷିତ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଥିବା ବେଳେ ଆମ ଆଦମି ପାର୍ଟି (ଆପ)ର ନେତା ଅରବିନ୍ଦ କେଜ୍ରିୱାଲ ତାଙ୍କୁ ପରାସ୍ତ କରି ଶାସନ ଭାର ଗ୍ରହଣ କରିଥିଲେ ।

ତାଙ୍କର ମୃତ୍ୟୁରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.