Latest Odisha News

BREAKING NEWS

ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଅରବିନ୍ଦ ।ସେ ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ବିରୁଦ୍ଧରେ ଥିଲେ ।

ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଇସ୍ତଫା ଦେବା ପରେ ସେ କହିଥିଲେ ମୁ କଂଗ୍ରେସ ଛାଡୁଛି କିନ୍ତୁ ଅନ୍ୟ କେଉଁ ଦଳକୁ ଯିବି ନାହିଁ ବୋଲି କହିଥିଲେ।କିନ୍ତୁ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଅରବିନ୍ଦର ସିଂଙ୍କ ସମେତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ନସିବ ସିଂହ ଓ ନୀରଜ ବସୋୟା ମଧ୍ୟ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି।

Comments are closed.