Latest Odisha News

BREAKING NEWS

‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗତକାଲି ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି ରାହୁଲ ଗାନ୍ଧୀ । ଯାହାପରଠୁ ବିରୋଧୀଙ୍କ ଟାର୍ଗେଟର କେନ୍ଦବିନ୍ଦୁ ପାଲଟିଛନ୍ତି ରାହୁଲ । ବିରୋଧୀ କହିଛନ୍ତି ଯେ, ସେ ଭୟଭୀତ ହୋଇ ଆମେଠୀ ରୁ ଦୂରେଇଯାଇ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାୟବରେଲିକୁ ବାଛିଛନ୍ତି ।

ଏହାରି ଭିତରେ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ନିକଟତର ଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେଠୀରେ ପରାଜୟର ଭୟ ଥିବାରୁ ରାହୁଲ ଗାନ୍ଧୀ ରାୟବରେଲି ରୁ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ବାସ୍ତବତା ହେଉଛି ରାହୁଲ ଗାନ୍ଧୀ ରାୟବରେଲିରେ ମଧ୍ୟ ହାରିଯିବେ ।

ପ୍ରମୋଦ କୃଷ୍ଣ ଆହୁରି କହିଛନ୍ତି ଯେ, ଦେଶରେ ରାହୁଲ କେଉଁ ପ୍ରକାରର ରାଜନୀତି କରୁଛନ୍ତି ତାହା ଦେଖିଲେ ତାଙ୍କର ରାଜନୀତି ଦୁର୍ବଳ ହୋଇଯାଇଛି । ଏଭଳି ପରିସ୍ଥିତିରେ ରାହୁଲଙ୍କ ପାଇଁ ପାକିସ୍ତାନରୁ ନିର୍ବାଚନ ଲଢିବା ଭଲ ହେବ, କାରଣ ତାଙ୍କ ରାଜନୀତିରେ ଭାରତ ଅପେକ୍ଷା ପାକିସ୍ତାନରେ ଅଧିକ ପ୍ରଶଂସକ ଅଛନ୍ତି ।

ପ୍ରମୋଦ କୃଷ୍ଣ ଦାବି କରିଛନ୍ତି ଯେ, ଯେଉଁଭଳି ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ​​ଲଢିବାକୁ ଦିଆଯାଉ ନାହିଁ ଏବଂ ଆମେଠୀ, ରାୟବରେଲି କିମ୍ବା ସୁଲତାନପୁରରୁ ପ୍ରିୟଙ୍କାଙ୍କୁ ଟିକେଟ୍ ଦିଆଯାଇନାହିଁ, ଏଥିରୁ ଅମୁମେୟ ଯେ, କଂଗ୍ରେସର ଏକ ବିଭାଗରେ ଅନେକ ଅସନ୍ତୋଷ ରହିଛି । ରାହୁଲଙ୍କ କହିବାନୁସାରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ବଢିବାକୁ ଦିଆଯାଉନାହିଁ ବୋଲି ବଡ ଆକ୍ଷେପ କରିଛନ୍ତି ଆଚାର୍ଯ୍ୟ ପ୍ରମୋଦ ।

Leave A Reply

Your email address will not be published.