Latest Odisha News

ରାଣୀଙ୍କ ଆଖିରେ ଲୁହ !

ଭୁବନେଶ୍ବର: ନା ଏକୂଳର ହେଲେ ନା ସେକୂଳର । ମଝି ଦରିଆରେ ହଟହଟା ଦେବଗଡ ରାଣୀ । ବଡ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଅରୁନ୍ଧତୀ ଦେବୀା ଦଳରେ ମିଶୁ ମିଶୁ ଟିକେଟ୍ ବି ଦେଇଥିଲା ବିଜେଡି । ପ୍ରାର୍ଥୀ ହେବା ପରେ ମଇଦାନରେ ସକ୍ରିୟ ଥିଲେ । ଗ୍ରାଉଣ୍ଡରେ ପ୍ରଚାର ବି କରୁଥିଲେ । ହେଲେ ହଠାତ୍ ତାଙ୍କ ଟିକେଟ ବଦଳାଇ ଦେଇଛି ବିଜେଡି । ତାଙ୍କ ଜାଗାରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି । ଏହାପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସାଂକେତିକ ଭାବେ କ୍ଷୋଭ ପ୍ରକାଶ କରିଛନ୍ତି ରାଣୀ ।

BjdElectrycity

ସୀତାଙ୍କ ଲୁହ ରାଣୀଙ୍କ ବେଦନା

ଦେବୀ ସୀତାଙ୍କ କାନ୍ଦୁଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅରୁନ୍ଧତୀ ଦେବୀ । ଏଥିରେ ଲେଖା ଅଛି, ମାତା ସୀତା ବିଦାୟ ବେଳେ ବିଲକୁଲ ଠିକ୍ କହିଥିଲେ । ସଂସାରରେ ନାରୀଙ୍କର କୌଣସି ସମ୍ମାନ ନାହିଁ । ରାଣୀଙ୍କର ଏହି ପୋଷ୍ଟରେ ତାଙ୍କ ମନର ଗଭୀର ବେଦନା ଭଲ ଭାବେ ବାରି ହେଉଛି । କିଭଳି ଟିକେଟ୍ ଦେଇ ଫେରାଇ ନେବା ପରେ ଦୁଃଖ ଓ ଅପମାନରେ ଭାଙ୍ଗି ପଡିଛନ୍ତି ରାଣୀ, ସେନେଇ ମାତା ସୀତାଙ୍କ ଫଟୋ ଜରିଆରେ ପ୍ରକାଶ କରିଛନ୍ତି ଅରୁନ୍ଧତୀ ଦେବୀ ।

 

ରାଜା ଆସିଲେନି କଟିଲା ରାଣୀଙ୍କ ଟିକେଟ୍ !

ଦେବଗଡ ରାଣୀ ତଥା ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ଆଶା କରିଥିଲା, ନୀତେଶ ଗଙ୍ଗଦେବ ମଧ୍ୟ ବିଜେଡିକୁ ସମର୍ଥନ ଦେବେ । ହେଲେ ସ୍ୱାମୀଙ୍କ ସମର୍ଥନ ବି ପାଇନଥିଲେ ରାଣୀ । ସୋସିଆଲ୍ ମିଡିଆରେ ନୀତେଶ ବିଜେପି ଛାଡିଥିବା ନେଇ ପୋଷ୍ଟ ସେୟାର କରିବା ପରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଥିଲେ । ଏପରିକି ବିଜେପିରେ ରହିଥିବା ସ୍ପଷ୍ଟ କରିିଥିଲେ ନୀତେଶ । ଏହାପରେ ସ୍ପଷ୍ଟ ହୋଇଥିଲା ରାଜପରିବାରରେ ଅଲ୍ ଇଜ ନଟ୍ ୱେଲ୍ । ସେପଟେ ନୀତେଶଙ୍କ ସମର୍ଥନରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବିଜେଡି ନିରାଶ ହୋଇଥିଲା । ତେଣୁ ରାଣୀଙ୍କ ଟିକେଟ କାଟିବା ନିଷ୍ପତ୍ତି ନେଇଥିଲା ।

ରୋମାଞ୍ଚ ରଞ୍ଜନ ନେଇଗଲେ ରାଣୀଙ୍କ ଟିକେଟ୍ 

ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ଦେବା ପରଠୁ ଦେବଗଡ ବିଜେଡିରେ କୁହୁଳୁଥିଲା ଅସନ୍ତୋଷ । ୨୦୧୯ରେ ଦେବଗଡରୁ ପ୍ରାର୍ଥୀ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମର୍ଥକମାନେ ରାଣୀଙ୍କୁ ଖୋଲା ବିରୋଧ କରୁଥିଲେ । ସମ୍ବଲପୁର ଲୋକସଭାରୁ ଲଢୁଥିବା ପ୍ରଣବ ପ୍ରକାଶ ଦାସ ଯେତେ ବୁଝାସୁଝା କରିଥିଲେ ବି ଶାନ୍ତ ପଡିନଥିଲା ବିଦ୍ରୋହର ନିଆଁ । ଦେବଗଡରେ ଧର୍ମେନ୍ଦ୍ର ପ୍ରଧାନ ଓ ସୁବାସ ପାଣିଗ୍ରାହୀଙ୍କର ଭଲ ସପୋର୍ଟ ବେସ୍ ଥିବା ବେଳେ ଅରୁନ୍ଧତୀଙ୍କୁ ପ୍ରାର୍ଥୀ କରି ରିସ୍କ ନେବାକୁ ଚାହିଁଲାନିି ବିଜେଡି । ତେଣୁ ରୋମାଞ୍ଚ ରଞ୍ଜନଙ୍କୁ ପୁଣି ପ୍ରାର୍ଥୀ କଲା ଦଳ ।

ଆଗ ପ୍ରାର୍ଥୀ ପରେ ପ୍ରତାରଣା !

ଦଳରେ ମିଶୁ ମିଶୁ ପ୍ରାର୍ଥୀ ହୋଇଥିଲେ ଅରୁନ୍ଧତୀ ଦେବୀ । ଯେମିତି ପ୍ରାର୍ଥୀ ହୋଇଥିଲେ, ସେମିତି ଟିକେଟ୍ ଫେରାଇ ନେଲା ଦଳ । ମାଆଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡି ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କ ଟିକେଟ୍ ପ୍ରତ୍ୟାହାର ବୁମେରାଂ ହେବ କି ? ରାଜ ପରିବାର ପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମ୍ମାନକୁ କୁଠାରଘାତ କଲା କି ବିଜେଡି ? ଶେଷ ମୁହୁର୍ତ୍ତରେ ଟିକେଟ୍ କାଟି ରାଣୀଙ୍କୁ ଅପମାନିତ କରିଛି ବିଜେଡି । ସୋସିଆଲ୍ ମିଡିଆ ପୋଷ୍ଟରେ ସ୍ପଷ୍ଟ ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଅରୁନ୍ଧତୀ ଦେବୀ ।

Leave A Reply

Your email address will not be published.