Latest Odisha News

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।

 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଜେଡିର ବିଧାୟିକା ଥିଲେ ଅଞ୍ଜଳି। ତେବେ ବିଜେପିରେ ଯୋଗ ଦେବା ପରେ ଅଞ୍ଜଳି ବେହେରା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ମୋ ବାପା, ମାଆ ଓ ମୁଁ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । ସେଦଳ ଆମକୁ ଅଣଦେଖା କରିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ ସେ। ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ଦିଆଯାଇନଥିଲା । ପରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ବହିଷ୍କାର ମଧ୍ୟ କରିଥିଲା। ସେପଟେ କଂଗ୍ରେସ ନେତା ସନ୍ତୋଷ ରାଉତଙ୍କ ସମେତ ଅନୁଗୋଳ, ଢ଼େଙ୍କାନାଳ, ପୁରୀରୁ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

Comments are closed.