Latest Odisha News

BREAKING NEWS

କରୋନା ସହ ଲଢ଼ି ହାରିଗଲେ ବିଶିଷ୍ଟ ଡାକ୍ତର କେ. କେ. ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ଇଣ୍ଡିଆନ୍ ମେଡିକାଲ କାଉନସିଲର (ଓଗଇ) ପୂର୍ବତନ ଅଧ୍ୟକ୍ଷ ଡାକ୍ତର କେ. କେ. ଅଗ୍ରଓ୍ୱାଲ । ଗତକାଲି ରାତି ସାଢ଼େ ୧୧ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ ଡାକ୍ତର କେ. କେ. ଅଗ୍ରଓ୍ୱାଲ । ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଗତ ସପ୍ତାହେ ହେବ ଭେଣ୍ଟିଲେଟରରେ ଥିଲେ ଡାକ୍ତର କେ. କେ. ଅଗ୍ରଓ୍ୱାଲ ।

ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର କେ. କେ. ଅଗ୍ରଓ୍ୱାଲ ଦୁଇ ମାସ ପୂର୍ବରୁ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ । କିନ୍ତୁ ଗତ ମାସରେ କରୋନାରେ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ହାରିଗଲେ । କୋଭିଡ୍ ସମୟରେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ଥିଲେ କେ. କେ. ଅଗ୍ରଓ୍ୱାଲ । ଭିଡିଓ ଜରିଆରେ ଲୋକଙ୍କୁ କରୋନା ସମ୍ପର୍କିତ ତଥ୍ୟ ଦେଉଥିଲେ । ସଚେତନ କରାଉଥିଲେ । ଏହାସହ ବିଭିନ୍ନ ଗଣମାଧ୍ୟରେ ବି ମହାମାରୀ ସମ୍ପର୍ତିତ ଡିବେଟରେ ତାଙ୍କୁ ଦେଖିବାକୁ ମିଳୁଥିଲା । ୨୦୧୦ ମସିହାରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ ।

Leave A Reply

Your email address will not be published.