Latest Odisha News

BREAKING NEWS

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ ଚ୍ୟାପମ୍ୟାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଏହି ମିଡଫିଲ୍ଡରଙ୍କୁ ୪୯ ବର୍ଷ ହୋଇଥିଲା । ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା । ୧୯୯୫ରୁ ୨୦୦୧ ପର୍ଯ୍ୟନ୍ତ ସେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ତାଙ୍କ ନେତୃତ୍ୱରେ ଭାରତ ୧୯୯୭ରେ ସାଫ୍ କପ୍ ଚାମ୍ପିୟନ ହୋଇଥିଲା । ଇଷ୍ଟବେଙ୍ଗଲ, ଜେସିଟି ମିଲ୍ସ ପକ୍ଷରୁ କ୍ଲବ ସ୍ତରୀୟ ମ୍ୟାଚ ସେ ଖେଳିଛନ୍ତି । ତାଙ୍କ ବିୟୋଗରେ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ବାଇଚୁଙ୍ଗ ଭୂତିଆ, ଆଏମ ବିଜୟନଙ୍କ ପରେ ଚ୍ୟାପମ୍ୟାନ କ୍ଲବ ଫୁଟବଲରେ ବେଶ୍ ଚର୍ଚ୍ଚିତ ନାମ ଥିଲେ ।

Leave A Reply

Your email address will not be published.