Latest Odisha News

BREAKING NEWS

ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ

ଭୁବନେଶ୍ଵର: ଶଙ୍ଖ ଛାଡି ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ । କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗଦେଲେ ସିପ୍ରା । ତେବେ କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ନେଇ ଆଶାବାଦୀ ଅଛନ୍ତି ସିପ୍ରା ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି ସିପ୍ରା ମଲ୍ଲିକ । କଂଗ୍ରେସରେ ଯୋଗ ଦେବାପରେ ଏହା ତାଙ୍କ ପାଇଁ ଏକ ବଡ ଦିନ, କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, ଏଥିପାଇଁ ସେ ବହୁତ ଖୁସି ଥିବା କହିଛନ୍ତି ସିପ୍ରା ମଲ୍ଲିକ ।

ସିପ୍ରା ଆହୁର ମଧ୍ୟ କହିଛନ୍ତି ଯେ, ମୋ ବାପା ଏହି ଦଳରେ ଥିଲେ । ମୁଁ ମଧ୍ୟ ଏହି ଦଳରେ ଯୋଗ ଦେଇ ବହୁତ ଖୁସି । ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ । କିନ୍ତୁ କେନ୍ଦ୍ରାପଡାରୁ ଲଢିବାକୁ ଆଶାବାଦୀ ରହିଛି । ତେବେ ଯଦି ଦଳ ମୋତେ ସୁଯୋଗ ଦେବ ତେବେ ମୁଁ ନିଶ୍ଚୟ ନିର୍ବାଚନ ଲଢିବି ବୋଲି କହିଛନ୍ତି ସିପ୍ରା ମଲ୍ଲିକ ।

Leave A Reply

Your email address will not be published.