ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ ।
ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଜଘନ୍ୟ ହତ୍ୟାକୁ ନେଇ ପୁରୀରେ ଚାଞ୍ଚଲ୍ୟ ଖେଳିଯାଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଚଳାଇଛି । କିଏ ଓ କାହିଁକି ତାଙ୍କୁ ଗୁଳି ମାରି ହତ୍ୟା କଲା ? ହତ୍ୟା ପଛର କାରଣ କଣ ? ପୋଲିସ ଅଧିକ ତଦନ୍ତ ଚଳାଇଛି । ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ରଙ୍କର ସଂପୃକ୍ତି ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେ ଜେଲ ବି ଯାଇଥିଲେ ।
Comments are closed.