Latest Odisha News

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା: ଗିରଫ ହେଲେ ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କର

ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭ୍ୟୁ ବଢାଇବା ପାଇଁ ନିଜ ସ୍ତ୍ରୀ ସହ ମିଶି ଭାଇରାଲ କରିଥିଲେ ଜଗନ୍ନାଥ । ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ ଜଗନ୍ନାଥ। ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ ସମୀର ଏଜୁକେସନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୁରାକ ପାଇଥିଲା ପୋଲିସ ।

ଶେଷରେ ସେହି ୟୁଟୁବ ଚ୍ୟାନେଲର ମାଲିକ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ। ଅଧିକ ତଦନ୍ତ ପାଇଁ ସମୀରଙ୍କୁ ପଚରାଉଚରା କରିବା ବେଳେ ପ୍ରୋ-ଆନ୍ସର ନାମକ ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନେଲର ଲିଙ୍କ ସାମ୍ନାକୁ ଆସିଥିଲା । ତଦନ୍ତ କରି ଶେଷରେ ପ୍ରୋ-ଆନ୍ସର ଚ୍ୟାନେଲର ମାଲିକ ଜଗନ୍ନାଥକୁ ଗିରଫ କରିଛି ପୋଲିସ । ଏ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

Leave A Reply

Your email address will not be published.