ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି । ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ସେ । ଭକ୍ତଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମୋକିମ । ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।
କିଛି ଦିନ ତଳେ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସିଭାପତିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଲେଖିଥିଲେ ବର୍ତ୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇପାରିବ ନାହିଁ । ସେହିପରି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଉପରେ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ଯାହାକୁ ନେଇ ହାଇକମାଣ୍ଡଙ୍କ ସହ ଭକ୍ତ ଆଲୋଚନା କରିଥିଲେ । ଏହାପରେ ମୋକିମଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।