Latest Odisha News

BREAKING NEWS

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ସଂଯୋଜକ ଦୀପକ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଟାଣୁଆ ନେତା ଦଳ ଛାଡୁଛନ୍ତି। ନିକଟରେ କଂଗ୍ରେସ ହେଭିୱଟେ ନେତା ପ୍ରଦୀପ ମାଝୀ ଦଳ ଝାଡିଥିବା ବେଳେ ଏବେ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇ ପାରନ୍ତି ଚର୍ଚ୍ଚା ଜୋର ଧରିଛି।

୨୦୦୬ ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ହେବାପରେ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

Comments are closed.